ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ମାର୍ଟ ବିଦ୍ୟାଳୟ ର ପାଚେରୀ ଭାଙ୍ଗି ଗଲା

ରାୟଗଡା /କାଶୀପୁର :- ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖୁଛନ୍ତି । ଖାସ୍‌ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ସ୍ମାର୍ଟ ବିଦ୍ୟାଳୟ । ଏଠାରେ ପାଠ ପଢିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସରକାରୀ ସ୍ମାର୍ଟ ବିଦ୍ୟାଳୟରେ ଏହାର ପୁରା ଅଲଗା ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ସପ୍ତାହ ହେଲା ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଏବଂ ବିଦ୍ୟାଳୟ ର ପାଚେରୀ କାର୍ଯ୍ୟ ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଭାଙ୍ଗିପଡ଼ିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଥିବା ସରକାରୀ ସ୍ମାର୍ଟ ବିଦ୍ୟାଳୟଟି ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରାଗଲା ସ୍କୁଲ ନିର୍ମାଣ ପାଇଁ (6) କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ (6) ଟଙ୍କା ର ମୂଲ୍ୟ ହେଲାନାହିଁ ପାଚେରୀ ସହ ଛାତରୁ ମଧ୍ୟ ପାଣି ଝରୁଥ‌ିବା ଦେଖିବାକୁ ମିଳିଥିଲା ନିର୍ମାଣ କରାଗଲା, ହେଲେ ନିର୍ମାଣର ଏକ ବର୍ଷ ଭିତରେ ପାଣି ଝରୁଥୁବା ପାଚେରୀ ଭାଙ୍ଗିପଡିଲା । ନିମ୍ନ ମାନର କାମ ହେଇଥିବାରୁ ପାଚେରୀ ଭାଙ୍ଗିଥିବା ଜଣାପଡିଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ 387 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଭାଗୀୟ ଅଧିକାରୀମାନେ ସବୁ ଜାଣିଶୁଣି ଚୁପ୍ ବସୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥ୍ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉନ୍ନତ ମାନର ପାଚେରୀ ନିର୍ମାଣ କରିବା ସହ ନିମ୍ନ ମାନର ପାଚେରୀ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସି ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଲମ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୪ ଆୟୋଜିତ

masiha

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

Sunil Chandra Nayak

ମହା ଆଡମ୍ବରରେ ପାଳିତ ହେଲା ହର ଘର ତିରଙ୍ଗା ଯାତ୍ରା

masiha

Leave a Comment

error: Content is protected !!