ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

ରାଉରକେଲା/ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ୪୩ତମ ସ୍ଥାନ ହାସଲ କରିଛନ୍ତି ରାଉରକେଲା ର ପୁଅ ସ୍ଥିତପ୍ରଜ୍ଞ ପତି। ରାଉରକେଲା ବାସନ୍ତୀ କଲୋନୀର ବାସିନ୍ଦା ଶରତ କୁମାର ପତି ଓ ମଞ୍ଜୁଲତା ପତିଙ୍କ ଏକମାତ୍ର ପୁତ୍ର ସ୍ଥିତପ୍ରଜ୍ଞ । ସେ ପିଲା ଦିନରୁ ମେଧାବୀ ଛାତ୍ର ଭାବେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ସେ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ୨୦୧୩ ମସିହାରେ ୧୦ମ ପରୀକ୍ଷାରେ ଓ ଦ୍ବାଦଶ ଶ୍ରେଣୀରେ ୯୫ପ୍ରତିଶତ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଥିଲେ । ପରେ ସେ ଭୁବନେଶ୍ଵର ସ୍ଥିତ ସରକାରୀ ଇଂଜିନିୟରିଂ କଲେଜରୁ ୯୦ପ୍ରତିଶତ ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । କ୍ୟାମ୍ପସ ସିଲେକ୍ସନ ମାଧ୍ୟମରେ ହାଇଦ୍ରାବାଦ ର ଏକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କ ମନ ଓଡିଶା ସିଭିଲ ସର୍ଭିସ୍ ପ୍ରତି ରହିଥିଲା। ସେ କମ୍ପାନୀ କାମରୁ ବିଦାୟ ନେଇ ଓଏଏସ୍ ପାଇଁ ମନ ବିନିଯୋଗ କରିଥିଲେ ଏବଂ ସଫଳ ହେଲେ। ତାଙ୍କ ପିତା କୁତ୍ରା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ। ସ୍ଥିତପ୍ରଜ୍ଞ ଙ୍କ ଜେଜେ ସ୍ବର୍ଗତ ବାମଦେବ ପତି,ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ଆଦର୍ଶରେ ଅନୁପ୍ରାଣିତ । ଆଗାମୀ ଭବିଷ୍ୟତରେ ଆଇଏଏସ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟିତ

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!