ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଡାବୁଗାଁ, ୪/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨୦୨୨-୨୩ ଆର୍ଥିକ ବର୍ଷର ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏମଜିଏନଆରଇଜିଏସ ଯୋଜନା ସମ୍ପର୍କିତ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ଯୋଜନାରେ ଜବକାର୍ଡ ଧାରି ଶ୍ରମିକ ମାନେ କେତେଦିନ କାର୍ଯ୍ୟ କରିଛନ୍ତି , ମଜୁରି ପାଇଛନ୍ତି କି ନାହିଁ, ହିତାଧିକାରୀ ସଂପୂର୍ଣ୍ଣ ଅର୍ଥ ପାଇଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା | ଏଥିରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ ରେ ଏହି ଯୋଜନାରେ ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ସୁଧା ୧୦୩ କୋଟି ୩ ଲକ୍ଷ ୭୭ ହଜାର ଟଙ୍କା ବ୍ୟୟ କରାଯାଇଛି | ମାର୍ଚ୍ଚ ୨୦୨୩ ସୁଧା ୫ ଲକ୍ଷ ୧୫ ହଜାର ୩୦୪ ଟି କାର୍ଯ୍ୟ ଦିବସ ସୃଷ୍ଟିକରିବା ପାଇଁ ଟାର୍ଗେଟ ଦିଆଯାଇଥିବା ବେଳେ ଏହାଠାରୁ ୮ ଲକ୍ଷ ୫ ହଜାର ୭ ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା | ଏଥିରେ ୧୫ ହଜାର ୯୪ ଟି ପରିବାର କୁ ପଞ୍ଜୀକୃତ ହୋଇଥିବା ବେଳେ ୧୦ ହଜାର ୫୫୯ ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି | ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମୋଟ ୨୮୩୦ ପରିବାର କୁ ୧୦୦ ଦିନ ର କାର୍ଯ୍ୟ ପୂରଣ କରିଛନ୍ତି | ଏଥିରେ ମୋଟ ୩୮୨୯ ଟି ପ୍ରକଳ୍ପ ରୁ ୧୨୧୮ ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ଥିବା ଏହି ଜନଶୁଣାଣି ରେ ଉପସ୍ଥାପିତ କରାଯାଇଥିଲା | କେତୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ବେଳେ ସାଇନ ବୋର୍ଡ ନଥିବା ଆଦି ତ୍ରୁଟି ଦେଖାଦେଇଥିବା ଉପସ୍ଥାପନ ହୋଇଥିଲା | ଏଣୁ ଏହି ତୃଟିର ସମାଧାନ ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏଥିରେ ନବରଙ୍ଗପୁର ଜିଲା ପରିଷଦର ଏପିଡି (ଆଡମିନ) ଦୂର୍ଯ୍ୟଧନ ଭୋଇ, ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଗୁଡିକ ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏଥିରେ ବିଡିଓ ଶରତ ମାଝି, ନବରଙ୍ଗପୁର ଜିଲା ସାମାଜିକ ସମୀକ୍ଷକ ବୈବସୂତ ଚାଲାଣ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜିଲାପରିଷଦ ସଭ୍ୟ ଜୋନ-୨ ଗୁପ୍ତ ବିଶୋୟୀ, ଜନ ଶୁଣାଣୀ କମିଟି ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର ଓ ନିକୁଞ୍ଜ କିଶୋର ଦାସ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ବ୍ଲକ ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସହକାରୀ ଉଦ୍ୟାନ ଅଧିକାରୀ ରବିଚନ୍ଦ୍ର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ଜିଲା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରତାପ ହିଆଲ, ବନରକ୍ଷୀ ପ୍ରକାଶ ସରକାର ଓ ମନୋରଞ୍ଜନ ନାୟକ, ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବିକା ସେବକ ଓ ଜବ କାର୍ଡ ଧାରୀ ଶ୍ରମିକ ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଏମଜିଏନଆରଇଜିଏସ ସହାୟକ ବିଦ୍ୟାଧର ବିଶୋଇ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ

Sunil Chandra Nayak

ପୋଷଣ ପାଖଡା- ୨୦୨୩ର ଶୁଭାରମ୍ଭ 

Sunil Chandra Nayak

ଜେକେ ପେପର୍ ମିଲ୍ସ, ଜେକେ ପୁର ଠାରେ ୩୨ ତମ କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର ତରଫରୁ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!