ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

କୋକସରା, ୨୦/୩- କୋକସରା ଥାନା ଅଂଚଳ ରେ ଦିନ କୁ ଦିନ ବାଇକ ଚୋରି ର ଅଭିଯୋଗ ହୋଇ ଆସୁଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ ଚୋରି କରୁଥିବା ର ଦୃଶ୍ୟ ସି.ସି ଟିଭି ରେ କଏଦ ହୋଇଛି। କୋକସରା ସହର ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନ ରେ ସନ୍ଧ୍ୟାରେ ଏକ ବାଇକ କୁ ଚୋରି କରିଛି ଜଣେ ଚୋର । ଏ ନେଇ ଦୋକାନ ମାଲିକ ରାଜୁ ଅଗ୍ରୱାଲ କୋକସରା ଥାନା ରେ ଅଭିଯୋଗ କରିବା ପରେ ଦୋକାନ ରେ ଲାଗିଥିବା ସି.ସି ଟିଭି ରୁ ଚୋରି ସମୟ ର ଦୃଶ୍ୟ ଦେଖିବାକୁ ମିକିଛି। କୋକସରା ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଗତ କିଛି ମାସ ହେବ କୋକସରା ସହର ସାପ୍ତାହିକ ବଜାର ସମେତ ଅନ୍ୟ ସ୍ଥାନ ରୁ ବାଇକ ଚୋରି ବୃଦ୍ଧି ପାଇଛି। ଏଣୁ ପୋଲିସ ପେଟ୍ରୋଲିଂ କରିବାକୁ ଜନ ସାଧାରଣ ଦାବି କରିଛନ୍ତି। ଏ ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ସି. ସି ଟିଭି ଆଧାର କୁ ନେଇ ତଦନ୍ତ ଜାରି ରହିଛି ବୋଳି କହିଛନ୍ତି । ମ ନି ସ 

Related posts

ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ର ମଣ୍ଡେଇ ଯାତ୍ରା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କବିତା ଗୋ ତୁମେ

Sunil Chandra Nayak

କୋଲନରା ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!