ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରକାପ୍ତା ଜବତ 3 ଗିରଫ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବନଖଣ୍ଡ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ସିନାପାଲି ବନାଞ୍ଚଲ ଅଧିକାରୀ ବିମଲ ପ୍ରକାଶ ଟୁକନୁ ବଜ୍ରକାପ୍ତା ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛନ୍ତି l ସୂଚନା ଅନୁଯାଇ ଶ୍ରୀ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ସିନାପାଲି ବନାଞ୍ଚଲ ଅଧିକାରୀ ବିମଲ ପ୍ରକାଶ ଟୁକନୁ ଙ୍କ ନେତୃତ୍ୱରେ ବୋଡେ଼ନ ବ୍ଲକ କରଙ୍ଗମାଳ ଗ୍ରାମଠାରେ ଏକ ବ୍ରଜକାପ୍ତା ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି l ଗିରଫ ଅଭିଯୁକ୍ତ ମାନେ ହେଲେ ବୋଡେ଼ନ ବ୍ଲକ ଅନ୍ତର୍ଗତ ମlକରବିର୍ଲି ଗ୍ରାମର ମୀନ ବାଗ (54), ପୂର୍ଣ୍ଣ ମାଝୀ (30), ଯମୁନା ପ୍ରସାଦ ବାଗ (22)ବୋଲି ଜଣାପଡିଛି l ଏନେଇ ସିନାପାଲି ବନାଞ୍ଚଳ ଅଧିକାରୀ ଟୁକୁନୁଙ୍କୁ ପଚାରି ବୁଝିବାରୁ ତଦନ୍ତ ଜାରି ରହିଛି ତଦନ୍ତ ପରେ ସବୁ ଜଣାପଡିବ ବୋଲି କହିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୁଣି ଦାଦନର କରୁଣ ଚିତ୍ର

ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ମାନଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ

Sunil Chandra Nayak

ରାଇରଙ୍ଗପୁର ତାଲୁକ ଆଇନ ସେବା କମିଟି ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!