ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବିପତ୍ର ପ୍ରଦାନ

ବନ୍ଧୁଗାଁ ତା: ୫.୮.୨୦୨୩,// କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତର ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷତ୍ରୀ ଆଜି ଶନିବାର ଦିନ ୧୨ ଘଟିକା ସମୟରେ ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲୀ କରି ଦାବି ଗୁଡିକୁ ନେଇ ସ୍ଲୋଗାନ ଦେଇ ଗୋଷ୍ଟି ଶିକ୍ଷାକେନ୍ଦ୍ର କାର୍ଯ୍ୟାଳୟ ଠାରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ ତିନି ଦଫା ଦାବୀ ସମ୍ବଳିତ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ କୁମାର ମିଶ୍ରଙ୍କୁ ପ୍ରଦାନ କରାଯାଇଅଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ରାଜ୍ୟ ସଂଘର ଆହ୍ବାନ କ୍ରମେ ସମସ୍ତ ବର୍ଗ ଓ ସଙ୍ଗଠନ ମିଳିତ ଭାବରେ ଦାବୀ ଗୁଡ଼ିକ ପୂରଣ ନିମନ୍ତେ ଦାବିପତ୍ର ଦେଇଛନ୍ତି । ଗତବର୍ଷ ନଭେମ୍ବର ମାସ ୨୭ ତାରିଖ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ ଶିକ୍ଷକ ଆନ୍ଦୋଳନ କରିଥିଲେ ।ତତ୍କାଳୀନ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୧୦୯ ତା ୩୦.୧୧.୨୦୨୨ ଅନୁଯାୟୀ ଆଲୋଚନା ପରେ ଦାବୀ ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଅଦ୍ୟାବଧି ଉକ୍ତ ଦାବୀ ଗୁଡ଼ିକ ପୂରଣ ହୋଇନଥିବାରୁ ବିହୀତ ପଦକ୍ଷେପ ନିମନ୍ତେ ନିବେଦନ କରିଛନ୍ତି । ନଚେତ୍ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖକ୍ରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହେବା ନିମନ୍ତେ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି ।

 ଦାବିଗୁଡିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡରଙ୍କୁ କେଡରଭୂକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାର ମୂଳ ବେତନ ଲେବୁଲ ନଅ ରେ ୪୨୦୦ ଗ୍ରେଡ ପେ ଅନୁଯାୟୀ ପ୍ରଦାନ ତଥା ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଅନ୍ୟତମ ଅଟେ ।

ଆଗାମୀ ଅଗଷ୍ଟ ମାସ ୧୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବନ୍ଧୁଗାଁ ବ୍ଲକର ଶିକ୍ଷକ ସଂଘର ସଭାପତି ମନୋଜ ବାଗ କହିଥିଲେ I ଆଜିର ଏହି ରାଳିରେ ଶାନ୍ତୁଓ ଶୃଙ୍ଖଳା ବଜାଈ ରଖିବା ପାଇଁ ବନ୍ଧୁଗାଁ ଥାନା ଷ୍ଟାଫ ମୃତ୍ୱୟନ ହୋଇଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ 

ନୂଆପଡ଼ା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ 

masiha

Leave a Comment

error: Content is protected !!