ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମୃତ ଭାରତ ଯୋଜନାରେ ସାମିଲ ହେଲା ଭବାନୀପାଟଣା ରେଳ ଷ୍ଟେସନ l ଭିଡିଓ କନଫରେନସିଂ ଜରିଆରେ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭବାନୀ ପାଟଣା- ପୁନଃ ବିକାଶ ହେବ ଭବାନୀପାଟଣା ରେଳ ଷ୍ଟେସନ l ଅମୃତ ଭାରତ ଯୋଜନାରେ ବିକାଶ କରାଯିବ l ଦେଶର 508 ଟି ରେଳ ଷ୍ଟେସନର ପୁନଃ ବିକାଶ କରିବା ଲକ୍ଷ ରଖା ଯାଇଛି ଏହି ତାଲିକାରେ ଓଡ଼ିଶାର 25 ଟି ଷ୍ଟେସନ୍ ରହିଛି l ଆଜି ଭିଡିଓ କନ୍ଫରେନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଳ ଷ୍ଟେସନ ରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଉପସ୍ଥିତ ରହିଥିଲେ l ଭବାନୀପାଟଣା ରେଳ ଷ୍ଟେସନର ବିକାଶ ପାଇଁ 26 କୋଟି 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ l ଷ୍ଟେସନ ର ଉନ୍ନତ୍ତି କରଣ ହେଲେ ଯାତ୍ରୀ ମାନଙ୍କୁ ପର୍କିଙ୍ଗ, ସେଫଟି ତଥା ରହିବା ବ୍ୟବସ୍ଥା ମଧ୍ୟ ହେବ l ଯାତ୍ରୀ ମାନେ ଆହୁରି ଅନେକ ସୁବିଧା ପାଇଁ ପାରିବେ l ଏଥି ପାଇଁ ବିଧାୟକ ପ୍ରଦୀପ୍ତ ନାଏକ କଳାହାଣ୍ଡି ବାସୀଙ୍କ ତରଫରୁ ରେଳ ମନ୍ତୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣେଇଛନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ଚେମ୍ବର ପକ୍ଷରୁ ସାଂସଦ ଦିଲୀପ ରାୟଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!