ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ କିଚକେଶ୍ବରୀ କ୍ଳାସେସ୍(ଏମ୍. କେ.କ୍ଲାସେସ୍)ରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ। ପ୍ରତ୍ସାହନ ଶିବିର ଅନୁଷ୍ଠିତ

ମୟୂରଭଞ୍ଜ-, ୦୬/୦୮: ( ମସିହା)ଆଜି ବିଶ୍ବ ବନ୍ଧୁତା ଦିବସ ଅବସରରେ ବନ୍ଧୁତ୍ୱ ଏବଂ ଭାତ୍ରୁଭାବ ର ଅଭିବୃଦ୍ଧି ନିମନ୍ତେ ବହଳଦା କଲେଜ ନିକଟବର୍ତ୍ତୀ ନିମଡିହି ଗ୍ରାମରେ ଥିବା ଜଣାଶୁଣା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏମ.କେ କ୍ଲାସେସ(ମା କିଚକେଶ୍ବରୀ କ୍ଳାସେସ୍) କୋଚିଂ ସେଣ୍ଟର ପରିସରରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ ତଥା “power of habbits” ବିଷୟରେ ଏକ ପ୍ରତ୍ସାହନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବର ସଭାପତିତ୍ବ କରିଥିଲେ ରାଧା ରଞ୍ଜନ ମହାପାତ୍ର, ମୁଖ୍ୟ ଅତିଥି ଭାବେ ବହଳଦା ର ବିଶିଷ୍ଟ ପ୍ରେରକ ବକ୍ତା ଶ୍ରୀମାନ୍ ଶାଶ୍ୱତ ପୁଲକ୍ ପାଲ ମହୋଦୟ ଯୋଗ ଦେଇ ଉକ୍ତ ଅନୁଷ୍ଠାନ ର ଛାତ୍ରଛାତ୍ରୀଙ୍କୁ ଏକ ଘଣ୍ଟାର କର୍ମଶାଳା ମାଧ୍ୟମରେ ଅଭ୍ୟାସ ପରିବର୍ତ୍ତନ ସହ ଜୀବନ ପରିବର୍ତ୍ତନ ହୋଇପାରେ ବୋଲି ପ୍ରେରଣାଦାୟୀ ବାକ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପ ମାର୍ଲାପଣ କରାଯାଇଥିଲା। ଏହି ଅନୁଷ୍ଠାନର ଛାତ୍ରୀଙ୍କ ଦ୍ବାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏମ୍.କେ. କ୍ଳାସେସ୍ ର ପରିଚାଳନା ନିର୍ଦ୍ଦେଶକ ମାନସ କୁମାର ଦାଶ ପରିଚାଳନା କରିଥିଲେ। ଅନୁଷ୍ଠାନର ଅଧ୍ୟାପକ କାହ୍ନୁଚରଣ ନାୟକ,ଶିଖିର ମୁର୍ମୁ, ଅଭିଷେକ ବାରିକ, ଜଗତ ସେଠି,ରହିତ ବାରିକ ,ଶିକ୍ଷୟିତ୍ରୀ ଏସ୍ ନାୟକ, ଅଭିଲିପ୍ସା ଗିରି, ଦୀପିକା ମଣ୍ଡଳ ପ୍ରଭୃତି ଯୋଗ ଦେଇ ନବାଗତ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ଗୁରୁ ପ୍ରସନ୍ନ ଗିରି,ଜିତଅଜ୍ଞିତ, ମଳୟ,ରଶନ, ତାନିଆ, ଜ୍ୟୋତି,ପୂଜା,ଲିପ୍ସା,ମିନତୀ ପ୍ରମୁଖ ସହଯୋଗ କରିଥିଲେ।ସଭା କାର୍ଯ୍ୟ ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ମିଳିତ କଣ୍ଠରେ ଉଦଯାପନୀ ସଙ୍ଗୀତ ଗାନ କରାଯାଇ ସଭାର ସମାପ୍ତି ଘୋଷଣା କରାଯାଇଥିଲା। ଶେଷରେ କବୀର ଦାଶ ଉପସ୍ଥିତ ଅତିଥି ଏବଂ ଶ୍ରୋତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

masiha

ଇଫୁନା ଓ ଉଫୁନା ପକ୍ଷରୁ ପଦ୍ମ ଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାସ୍ଥ୍ୟ ସଚେତନତା ଶିବିର-୨୦୨୫  

Sunil Chandra Nayak

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

masiha

Leave a Comment

error: Content is protected !!