ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖାର ନୂତନ କର୍ମକର୍ତା ଚୟନ , ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଉପରେ ଗୁରୁତ୍ୱ

ମୟୂରଭଞ୍ଜ ୦୬/୦୮ : ( ମସିହା) ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ସାଧାରଣ ପରିଷଦ ବୈଠକ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅଧ୍ୟକ୍ଷତା କରିଥିଲେ ।ସମ୍ମାନୀୟ ଅତିଥି ଭାବେ ସଂଗଠନ ଆଇନ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ, ବାଲେଶ୍ୱର ଜିଲ୍ଲା ସଭାପତି ଲୋକନାଥ ଦଳେଇ, ସଂଘର ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆବାହକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାର ୨୬ଟି ବ୍ଲକରୁ ଆସିଥିବା ୭୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ରେ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ପ୍ରଦୀପ ପଜ୍ୱଳନ ପରେ ଉତ୍କଳ ବନ୍ଦନା ଗାନ କରାଯାଇଥିଲା । ପରେ ସଭାପତି ସୌମ୍ୟରଂଜନ ପଟ୍ଟନାୟକ ବିବରଣୀ ପାଠ କରିଥିଲେ । ସଂଘର ରାଜ୍ୟ ସଭାପତି ଓ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟଙ୍କ ଦ୍ୱାରା ନୂତନ ଭାବେ ଯୋଗ ଦେଇଥିବା ସାମ୍ବାଦିକଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ବିଭୂତି ଭୂଷଣ କରଙ୍କ ଦ୍ୱାରା ମନୋନୀତ ପଦବୀଗୁଡ଼ିକୁ ଘୋଷଣା କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ର ସଭାପତି ଭାବେ ସୌମ୍ୟରଂଜନ ପଟ୍ଟନାୟକ, ଉପ ସଭାପତି ଭାବେ ସରୋଜ କୁମାର ବେହେରା, ହିମାଦ୍ରୀ ପାଲ, ରାଜ ଗୁପ୍ତା, ପ୍ରଦୀପ ଦାସ, ଦିଲ୍ଲୀପ କୁମାର ସାହୁ, ଘାସିରାମ ବେହେରା, ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ଜେନା(ଲକି), ସମ୍ପାଦକ ଭାବେ ଅବିନାଶ ମହାନ୍ତି, ଚିନ୍ମୟ ମିଶ୍ର, ଅଭିଜିତ ବେହେରା, ତୁଷାର ବେହେରା, କର୍ଣ୍ଣାଜୁନ ସାହା, ଯୁଗ୍ମ ସମ୍ପାଦକ ଭାବେ ସୁବ୍ରତ ଦାସ, ପ୍ରଜ୍ଞା ପାଣି, ଦୀପକ ମୁଦୁଲି, ଦିଲ୍ଲୀପ ପରିଡା ଜାତୀୟ କମିଟି ସଦଶ୍ୟ ଅସୀମ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ବାରିକ, ମିଡିଆ ସଂଯୋଜକ ବିଶ୍ୱଜିତ ମହାନ୍ତି, ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦାସ, କବିବିଷ୍ଣୁ ଶତପଥି, ରବୀନ୍ଦ୍ର ପଟ୍ଟନାୟକ ଓ ଦୋଳଗୋବିନ୍ଦ ବାରିକଙ୍କୁ ମନୋନୀତ କରାଯାଇଥିବା ବେଳେ ବ୍ଲକ ସଂଯୋଜକ ଭାବରେ ଭକ୍ତି ରଞ୍ଜନ ପଣ୍ଡା, ପ୍ରତିମା ବାରିକ, ଜ୍ଞାନ ରଞ୍ଜନ ବେହେରା, ତନ୍ମୟ ମହାନ୍ତି, ଚିନ୍ମୟ କୁମାର ସାହୁ, ଭାଗବତ ଦାସ, ଶ୍ୱେତ ସୁନ୍ଦର ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଦିନେଶ ସେଠୀ, ସହ କୋଷାଧ୍ୟକ୍ଷ ଭାବେ ରାଜ କିଶୋର ବାରିକଙ୍କୁ ମନୋନୀତ କରାଯାଇଥିଲା। ଅନ୍ୟ ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘ ବାଲେଶ୍ୱର ଜିଲ୍ଲା ଶାଖା ସଭାପତି ଲୋକନାଥ ଦଳେଇ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ, ସଂଘର ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସଂଘ ଗଠନର ଉଦ୍ଦେଶ୍ୟ ଓ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଭାପତି ଶ୍ରୀ କର ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଗୁଣାତ୍ମକ ସାମ୍ବାଦିକତା ଉପରେ ସଂଘ ଗୁରୁତ୍ତ୍ୱ ଦେବ ବୋଲି କହିଥିଲେ । ଜିଲ୍ଲାର ବିକାଶ କ୍ଷେତ୍ରରେ ସଂଘ ନିରନ୍ତର ଉଦ୍ୟମ ଜାରି ରଖିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମଞ୍ଚାସିନ ବ୍ୟକ୍ତିବିଶେଷ ସଂଘ ଗଠନର ଉଦ୍ଦେଶ୍ୟ ଓ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଭାପତି ଶ୍ରୀ କର ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଗୁଣାତ୍ମକ ସାମ୍ବାଦିକତା ଉପରେ ସଂଘ ଗୁରୁତ୍ତ୍ୱ ଦେବ ବୋଲି କହିଥିଲେ । ଜିଲ୍ଲାର ବିକାଶ କ୍ଷେତ୍ରରେ ସଂଘ ନିରନ୍ତର ଉଦ୍ୟମ ଜାରି ରଖିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଅତିଥି ଭାବେ ସମଜସେବୀ ସୋମନାଥ ସିଂ, ଡା ନିରୋଜ ପୋଥାଳ, ବିଜୟ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଓ ଲକି ଜେନା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜ୍ଞାନଜ୍ୟୋତି ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା 

Sunil Chandra Nayak

ରାଉରକେଲାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ

Sunil Chandra Nayak

କୋରାପୁଟ ଜିଲ୍ଲା ଠାରେ ୨୦୨୪ ପରବ ମହୋତ୍ସବ ସୁଭ ଉଦ୍ଘାଟନ

masiha

Leave a Comment

error: Content is protected !!