ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

ସ୍କୁଲ ଗେଟ ସମ୍ମୁଖରେ ତାଲା ଦେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପ୍ରତିବାଦ

ଜୁନାଗଡ଼,୭/୮(ମ ନି ସ)ସାଧାରଣରେ ଶିକ୍ଷକ ନିଯୁକ୍ତି ଦାବୀରେ ତାଲା ବନ୍ଦ କିମ୍ବା ଗଣଧାରଣା ଦେଉଥିବା ଦେଖିଥାଉ । କିନ୍ତୁ ଆଜି ଏକ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଦୁର୍ନୀତି ରେ ଲିପ୍ତ ଥିବା ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ ନେଇ ସ୍କୁଲ ଗେଟ ସମ୍ମୁଖରେ ତାଲା ଦେଇ ଆଜି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୋଗ ଅନୁଯାୟୀ କୁରୁଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳୟକୁ ମନଇଚ୍ଛା ଆସନ୍ତି ଓ ପାଠ ନ ପଢ଼ାଇ ଯାଆନ୍ତି, ବିଦ୍ୟାଳୟ ପରିଚଳନା କମିଟିର କଥା କୁ ସବୁବେଳେ ଅଣଦେଖା କରିଥାନ୍ତି, ଶିକ୍ଷାଦାନ ସମୟରେ ପାଠ ନ ପଢ଼ାଇ ରୋଷେଇ ଘରେ ବସିଥାନ୍ତି, ଗୋଟିଏ ଅଣ୍ଡାକୁ ଫାଳଫାଳ କରି ଦେଇଥାନ୍ତି,ସେହିଭଳି ପନିପରିବା ସ୍କୁଲ କୁ ନ ଆଣି ଘରେ କାଟି ଆଣିଥାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । 

ପ୍ରଧାନଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ ଓ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଜିଲ୍ଲାପାଳ, ବିଇଓ, ଡିଇଓଙ୍କୁ ଅନେକଥର ଲିଖିତ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ବାଧ୍ୟ ହୋଇ ଗ୍ରାମବାସୀ ସ୍କୁଲ ସମ୍ମୁଖରେ ତାଲା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ସୂଚନା ଯୋଗ୍ୟ ଯେ ଏହି ସ୍କୁଲରେ ୬୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ପ୍ରଧାନଶିକ୍ଷୟତ୍ରୀ ଓ ଜଣେ ଭିନ୍ନକ୍ଷମ ଶିକ୍ଷକ ଅଛନ୍ତି । ଭିନ୍ନକ୍ଷମ ଶିକ୍ଷକ ଦେଖି ପାରନ୍ତି ନାହିଁ । ଏଣୁ ଏଥିପ୍ରତି କତ୍ତୃପକ୍ଷ୍ୟ ପଦକ୍ଷେପ ନେବାକୁ ଦାବୀ ହେଉଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଗସ୍ତରେ ବିଧାନ ସଭା ଷ୍ଟାଣ୍ଡିଂ ସବ୍ କମିଟି

Sunil Chandra Nayak

Leave a Comment

error: Content is protected !!