ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ନାଟ୍ୟ ଦିବସ ସମାରୋହରେ ଯୋଗଦେଲେ ବାଲେଶ୍ଵର ସାମ୍ବାଦିକ

ବାଲେଶ୍ଵର,୦୮/୮/୨୩ – କଳା ଓ କଳାକାର ହିତୈଷୀ ମହା ମଞ୍ଚ ” ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ପ୍ରାଜ୍ଞ ନାଟ୍ୟତତ୍ତ୍ବବିତ୍ ମେଜର୍ ରମାରମଣ ପାଢୀ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ପତି, ନବରଙ୍ଗପୁର ବରିଷ୍ଠ କଳାକାର ସଂଘ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, ରିଜର୍ଭବ୍ୟାଙ୍କ ଅବସରପ୍ରାପ୍ତ ଅଫିସର ତାରିଣୀ ଚରଣ ପାଇକ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ, ନାଟ୍ୟ ଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ମଞ୍ଚ ମଣିଷ ନାଟ୍ୟକାର ଅଭୟ କୁମାର ଦାସ, ନାଟ୍ୟକାର ରମେଶ ମହାରଣା, ସୁନାମଧନ୍ୟ ଅଭିନେତା ଅଶ୍ବିନୀ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ନାଟ୍ୟ କଳା ଶାସ୍ତ୍ରୀୟ କଳାର ମୂଳାଧାର ବୋଲି ମତବ୍ୟକ୍ତ କରିଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ନାଟ୍ୟ ସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଘ ସଭାପତି ଡା. ସାହୁଙ୍କୁ ତାହାଙ୍କ ୬୨ତମ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ ମଧ୍ୟରେ ଗୁରୁ ସୁଧାକର ମିଶ୍ର, ସୌମ୍ଯରଞ୍ଜନ ମଲ୍ଲିକ, ଆଲୋକ କୁଣ୍ଡୁ, ସୌଭାଗ୍ୟ ମିଶ୍ର, ଅଭିପ୍ସା ପାତ୍ର, ଅଞ୍ଜଳି ଦତ୍ତ ପ୍ରମୁଖ କଣ୍ଠଶିଳ୍ପୀ ଗଣେଶ ମହାପାତ୍ରଙ୍କ ଉଦ୍ଘୋଷଣା କ୍ରମରେ ବ୍ରହ୍ମ ଭଜନ ପରିବେଷଣ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଗାଙ୍ଗଦହଣୀ ଶ୍ରୀଶ୍ରୀ ମହାମାୟୀ ନାଟ୍ୟ ସଂଘ ପ୍ରଯୋଜିତ ତଥା ଗୁରୁ ସଞ୍ଜୟ କୁମାର ବିଷୋୟୀ ନିର୍ଦ୍ଦେଶିତ ନାଟକ ” ମହାଦାନୀ କର୍ଣ୍ଣ ” ପରିବେଷିତ ହୋଇଥିଲା । ପରିଶେଷରେ ଚନ୍ଦ୍ରଭାନୁ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ରାଜ୍ୟ ଉପସଭାପତି ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିବା ସହିତ ସମସ୍ତ ଉଦ୍ଯକ୍ତା ଓ କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସାଧୁବାଦ ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବଣ୍ଟନ 

masiha

ଆଦର୍ଶ ପାଠାଗାରର ମହାବିଷୁବ ମିଳନ ଆସନ୍ତା ୧୪ ରେ ……

Sunil Chandra Nayak

ଭାରତ ସରକାରଙ୍କ ପେଟେଣ୍ଟ ଡିଜାଇନରେ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ପଞ୍ଜିକୃତ

Sunil Chandra Nayak

Leave a Comment

error: Content is protected !!