ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିର କାମ ତଦାରଖ କଲେ ଜିଲ୍ଲାପାଳ

ପାପଡାହାଣ୍ଡି, 09/08, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଗସ୍ତରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କୋମଳଚ ମିଶ୍ର ଗସ୍ତ କରିଥିଲେ | ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣଧିନ କାମ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ଵିତୀୟ ପର୍ଯାୟ ଚାଲିଥିବା କାର୍ଯ୍ୟର ତଦାରଖ କରୀଥିଲେ। ଏହି ସମୟରେ ITDA ର ଅଧିକାରୀ ଅଶ୍ମ1ନ ପଟ୍ଟନାୟକ, ତାପସ ପଟ୍ଟନାୟକ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପୂଜା କମିଟି ସନ୍ତୋଷ କୁମାର ପାଣିଗ୍ରାହୀ, ବିକୁନା ଲେଙ୍କା, ନିର୍ମଳ ବିଷୋୟୀ, ଯୋଗେନ୍ଦ୍ର ପ୍ରଧାନ, ଲମ୍ବୁ ହରିଜନ, ସନ୍ତୋଷ ହେରେନା ଉପସ୍ଥିତ ଥିଲେ | ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଏବଂ ମନ୍ଦିର ପାହାଚ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଆଲୋକୀକରଣ ଓ ପରିପାର୍ଶ୍ଵିକ ଦିଗ ଉପରେ ସମୀକ୍ଷା ସହ ତୁରନ୍ତ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ପୂଜା କମିଟି ଓ ବିଭାଗ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ କୋମଳଚ ମିଶ୍ର ନିର୍ଦେଶ ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

masiha

ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରେଙ୍ଗାଳପାଲି ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!