ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

ବନ୍ଧୁଗାଁ ତା,୦୯।୦୮।୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀଙ୍କ ଚାଷ ଜମି କିଛି ଅଣ ଆଦିବାସୀ ନେଇଥିବା ଅଭିଯୋଗ କରି ସେମାନଙ୍କ ଜମି ଫେରାଇ ଆଣିବା ପାଇଁ ସଙ୍ଘର୍ଷ କରୁଥିବା ଚାଷୀମୂଲିଆ ଆଦିବାସୀ ସଂଘର ନେତା ଅର୍ଜୁନ କେଣ୍ଡ୍ରୁକାଙ୍କୁ ୨୦୦୯ ମସିହାରେ ମାଓବାଦି ମାନେ ହତ୍ୟା କରିଥିଲେ । ସେହିଦିନ ଠାରୁ ବନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ଆଦିବାସୀ ସଙ୍ଘ ଦ୍ୱାରା ତାଙ୍କର ପ୍ରତିବର୍ଷ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି । ଏଇ କ୍ଷେତ୍ରରେ ଆଜି ବିଶ୍ଵ ଆଦିବାସୀ ଦିବସରେ ବଡ଼ ସରପଲ୍ଲି ପଞ୍ଚାୟତର ଏସଡା ଗ୍ରାମ ଠାରେ ତାଙ୍କର ୧୩ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀମୂଲିଆ ସଂଘର କର୍ମ କର୍ତ୍ତାମାନେ ଯୋଗଦେଇ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନାଚ ଗୀତର ମଜା ଉଠାଇଥିଲେ । ସଂଘର ସଭା ନେତ୍ରୀ କଣ୍ଡାଗୋରି ପାଇଡାମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି,ଆନ୍ଦ୍ର ଚାଷୀମୁଲିଆ ସଙ୍ଘ ସଭାପତି ଏମ.ବାସା,ବନ୍ଧୁଗାଁ ସଙ୍ଘ ସମ୍ପାଦକ ପିଡ଼ିକା ସୁରିଆମା,କାଡ୍ରାକା ଆଦାନା,ଏମ.ଶ୍ରୀନୁ କେଣ୍ଡରୁକା,କୋଣ୍ଡାତାମରା ଜାମା, ମାଲି କେଣ୍ଡରୁକା, ସୁବାରାଓ କେଣ୍ଡରୁକା ଉପସ୍ଥିତ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ ଓ ଶିଶୁ ସନ୍ତାନ ମାନଂକ ପାଇଁ ଏକ creche ‘କଳିକାର ଉଦଘାଟନ

Sunil Chandra Nayak

ବାଞ୍ଜିଝାଲ – କେରବେଡା ପଞ୍ଚାୟତ ରାସ୍ତାର ଦୂରାବସ୍ଥା: କଲବଳ କରୁଛି ଖାଲଖମା କାଦୁଅ ପଚପଚ ରାସ୍ତା 

masiha

Leave a Comment

error: Content is protected !!