ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

ବନ୍ଧୁଗାଁ ତା,୦୯।୦୮।୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀଙ୍କ ଚାଷ ଜମି କିଛି ଅଣ ଆଦିବାସୀ ନେଇଥିବା ଅଭିଯୋଗ କରି ସେମାନଙ୍କ ଜମି ଫେରାଇ ଆଣିବା ପାଇଁ ସଙ୍ଘର୍ଷ କରୁଥିବା ଚାଷୀମୂଲିଆ ଆଦିବାସୀ ସଂଘର ନେତା ଅର୍ଜୁନ କେଣ୍ଡ୍ରୁକାଙ୍କୁ ୨୦୦୯ ମସିହାରେ ମାଓବାଦି ମାନେ ହତ୍ୟା କରିଥିଲେ । ସେହିଦିନ ଠାରୁ ବନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ଆଦିବାସୀ ସଙ୍ଘ ଦ୍ୱାରା ତାଙ୍କର ପ୍ରତିବର୍ଷ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି । ଏଇ କ୍ଷେତ୍ରରେ ଆଜି ବିଶ୍ଵ ଆଦିବାସୀ ଦିବସରେ ବଡ଼ ସରପଲ୍ଲି ପଞ୍ଚାୟତର ଏସଡା ଗ୍ରାମ ଠାରେ ତାଙ୍କର ୧୩ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀମୂଲିଆ ସଂଘର କର୍ମ କର୍ତ୍ତାମାନେ ଯୋଗଦେଇ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନାଚ ଗୀତର ମଜା ଉଠାଇଥିଲେ । ସଂଘର ସଭା ନେତ୍ରୀ କଣ୍ଡାଗୋରି ପାଇଡାମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି,ଆନ୍ଦ୍ର ଚାଷୀମୁଲିଆ ସଙ୍ଘ ସଭାପତି ଏମ.ବାସା,ବନ୍ଧୁଗାଁ ସଙ୍ଘ ସମ୍ପାଦକ ପିଡ଼ିକା ସୁରିଆମା,କାଡ୍ରାକା ଆଦାନା,ଏମ.ଶ୍ରୀନୁ କେଣ୍ଡରୁକା,କୋଣ୍ଡାତାମରା ଜାମା, ମାଲି କେଣ୍ଡରୁକା, ସୁବାରାଓ କେଣ୍ଡରୁକା ଉପସ୍ଥିତ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

masiha

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

Leave a Comment

error: Content is protected !!