ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଟର ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ବାଲେଶ୍ଵର,୧୦/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ତା ୧୦.୦୮.୨୦୨୩ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଦ୍ୟୁତ୍ ଡିଭିଜନର କାର୍ଯ୍ୟରତ ମିଟର ରିଡର୍ ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ ଆକସ୍ମିକ ଭାବେ ହତ୍ୟା କାଣ୍ଡର ଶିକାର ହୋଇଥିବା ବେଳେ ତାଙ୍କର ମୃତ୍ୟୁରେ ଉତ୍ତର ଓଡ଼ିଶା ଟାଟ ପାଓର କମ୍ପାନୀ ଖଇରା ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଖଇରା କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପଣ୍ଡା, ଡୁଙ୍ଗୁରା କନିଷ୍ଠ ଯନ୍ତ୍ରୀ ଶୁଭଦୀପ ଘୋଷ, ଗଣ୍ଡିବେଡ କନିଷ୍ଠ ଯନ୍ତ୍ରୀ ଅଭିନବ କୁମାର, ଔପଦା କନିଷ୍ଠ ଯନ୍ତ୍ରୀ ଶୁକଦେବ ସାହୁଙ୍କ ସମେତ ଏସ୍.ସି.ଓ ଖଇରା ହେବ କ୍ୱାର୍ଟର ସିପକ କୁମାର ଖୁଣ୍ଟିଆ, ଡୁଙ୍ଗୁରା ନୀଳମାଧବ ଆଳତୀଆ, ଗଣ୍ଡିବେଡ ସୁଜିତ ମିର୍ଦ୍ଧା, ଔପଦା ସାଗର କୁମାର ନାୟକ, ଏଥିସହିତ ଟାଟା ପାଓର କମ୍ପାନୀର ସମସ୍ତ ମିଟର ରିଡର୍ ଓ କଲେକ୍ସନ କର୍ମଚାରୀ ମାନେ ଶୋକ ସଭାରେ ଉପସ୍ଥିତ ରହି ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ହତ୍ୟା କାଣ୍ଡକୁତ ତିବ୍ର ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ, ସେହିପରି ବିଦ୍ୟୁତ ବିଭାଗର କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ଦାବି କରିଥିଲେ । ମୃତ ତ୍ରିପାଠୀଙ୍କ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଛି । ଗତ ସୋମବାର ଦିନ ଭଞ୍ଜନଗର ବିଦ୍ୟୁତ୍ ସବ୍ ଡିଭିଜନ କାର୍ଯ୍ୟାଳୟ ଅଧିନରେ ଥିବା ଗାଲେରୀ ଗ୍ରାମର ମିଟର ରିଡର୍ ତାରସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମର ମିଟର ରିଡିଙ୍ଗି ନେଉଥିବା ବେଳେ ସେହି ଗ୍ରାମର ଲକ୍ଷ୍ମୀ ନାରାୟଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଶୋକସଭାକୁ ପରିଚାଳନା କରିଥିଲେ ବିଲିଙ୍ଗି ସୁପରଭାଇଜର ସୂରପାନନ୍ଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

A Voluntary Blood donation camp organised by BCT at Bhubaneswar.

ନୀଳମଣୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ ଆୟୋଜିତ ଆଲୋଚନା ଚକ୍ର

Sunil Chandra Nayak

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

masiha

Leave a Comment

error: Content is protected !!