ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ ସ୍ତରୀୟ ଆନ୍ଦୋଳନ ପାଇଁ ବ୍ଲକ କଂଗ୍ରେସ ର ପ୍ରସ୍ତୁତି ବୈଠକ

ତେନ୍ତୁଳିଖୁଣ୍ଟି -୧୦/୦୮/୨୩ -ଦରଦାମ ବୃଦ୍ଧି ,ବେକାରୀ ସମସ୍ୟା ,ଦୁର୍ନୀତି ଆଦି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବ୍ଲକ ସ୍ତରରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି। ତାରିଖରେ ହେବାକୁ ଥିବା ଆନ୍ଦୋଳନ ରେ ପ୍ରତ୍ୟେକ ପଞ୍ଚାୟତ ରୁ କର୍ମକର୍ତ୍ତା ତଥା ଜନତା ଙ୍କୁ କିଭଳି ସାମିଲ କରାଯାଇ ପାରିବ କିଏ କେଉଁ ପଞ୍ଚାୟତ ଦାୟିତ୍ୱ ରେ ରହିବ ବୈଠକରେ ଆଲୋଚନା ହୋଇଥିଲା। 22 ପ୍ରତିଶତ ପିସି ଏବେ ଅଲିଖିତନୀତି ହୋଇଗଲାଣି। ଗ୍ୟାସ ,ପେଟ୍ରୋଲ ଡିଜେଲ ଠୁଁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ର ଦରଦାମ ଅହେତୁକ ବୃଦ୍ଧି ସତ୍ତ୍ୱେ ନିରାଵଛିନ୍ନ ଶାସନ ଗାଦି ରେ ଥିବା ରାଜ୍ୟ ସରକାର ଜନତା ଙ୍କ ହିତ ପାଇଁ ପଦକ୍ଷେପ ନେଉଥିବା। ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା।5 ଟି ନାମରେ କର୍ମୀ ପୋଷଣ କରୁଥିବା ।ଦୀର୍ଘ ବର୍ଷ ହେବ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଖାଲିଥିବାନ50 ହଜାର ରୁ ଉର୍ଧ୍ଵ ଶିକ୍ଷକ ନିଯୁକ୍ତି ନ କରିବା। ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସ୍ତରୀୟ କରିବା ଆଦି ପ୍ରମୁଖ ପ୍ରସଙ୍ଗ କୁ ନେଇ ଜନତା ଙ୍କ ନିକଟ କୁ ଯିବା ପାଇଁ ଆଲୋଚନା ହୋଇଥିଲା। ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।ଅଠର ଅଗଷ୍ଟ ରେ ବ୍ଲକ ଘେରାଉ ହେବ। ଏହି ବୈଠକରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗା ରତ୍ନାମା , ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲୀପ ପ୍ରଧାନୀ ,ଭୀମସେନ ପାଣିଗ୍ରାହୀ ,ବସନ୍ତ ପାଣିଗ୍ରାହୀ ସୁନୀଲ ସିଂ ,କିଶୋର ସିଂ , କୁମର ପୂଜାରୀ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ। 

ଗୋବର୍ଦ୍ଧନସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳ ମନ୍ତ୍ର – ବିଧାୟକ ଦୁର୍ଗା ଚରଣ ତନ୍ତୀ 

masiha

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

masiha

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

masiha

Leave a Comment

error: Content is protected !!