ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ୍ୟପ ନୃସଂଶ ବାପାର ଉନ୍ମତ୍ତ କାଣ୍ଡ:କୋଦାଳରେ ୨୨ ବର୍ଷ ର ପୁଅକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ

ନବରଙ୍ଗପୁର (ମସିହା)ମଦ୍ୟପ ବାପାର ଉନ୍ମତ୍ତ କାଣ୍ଡ l ଗୋଟିଏ କୋଦାଳ ରେ ନିଜର ୨୨ ବର୍ଷର ପୁଅକୁ ହତ୍ୟା କରି ଆତ୍ମ ସମର୍ପଣ କରିଛି ବାପା l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ ଥିବା ବେଙ୍ଗଲୀ ଖଣ୍ଡା ଗ୍ରାମରେ l ଗତକାଲି ରାତ୍ରି ଅନ୍ୟୁନ ୧୧ ଘଣ୍ଟା ସମୟରେ ବିପୁଳ ରାୟ ଅତ୍ୟଧିକ ମଦ୍ୟପାନ କରିଥିବା ବେଳେ ତାଙ୍କ ପୁଅ ସମୀରନ ରାୟ (୨୨)ଗୋଟିଏ କୁକୁଡା ଦୋକାନ ରେ କାମ ସାରି ଘରକୁ ଫେରିଥିଲେ l ସେହି ସମୟରେ ଉଭୟ ବାପା ଓ ପୁଅ ଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତି ତର୍କ ହେବାରୁ ବାପା ବିପୁଳ ରାୟ ରାଗି ଯାଇ ନିକଟରେ ଥିବା ଏଜ କୋଦାଳ ରେ ପୁଅ ସମୀରନ ଙ୍କ ବେକରେ ବାରମ୍ବାର ପ୍ରହାର କରିବାରୁ ଘଟଣା ସ୍ଥଳରେ ହିଁ ସମୀରନ ଙ୍କ ମୃତ୍ୟୁ ଘଟିଥିଲା l ମଦ୍ୟପ ନୃସଂଶ ବାପା ବିପୁଳ ରାୟ ସମୀରନ ଙ୍କ ମୃତ୍ୟୁ ପରେ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି l ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାତୀୟ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଲେ ଧରା

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

Sunil Chandra Nayak

ବନ୍ଧୁଗାଁ ବ୍ଲକର ଯୁବ ସାମ୍ବାଦିକ ଆରସାଡା ଲାଚାନା ନିଖୋଜ

masiha

Leave a Comment

error: Content is protected !!