ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାରି ରହିଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳାବ୍ଯାଜ୍ ଧାରଣ

ବାଲେଶ୍ଵର,୧୧/୮/୨୩- ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳା ବ୍ଯାଚ ଧାରଣ ସାରା ଓଡିଶାରେ ଜାରି ରହିଥିବା ବେଳେ ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଦେଖିବାକୁ ମିଳିଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କଳାବ୍ଯାଜ୍ ଧାରଣ କରି କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଯଦି ସରକାର ଦାବି ପୂରଣ ନ କରନ୍ତି, ତାହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

       ସେମାନଙ୍କର ଦାବି ଗୁଡ଼ିକ ମଧ୍ୟରେ ଦରମା ବୃଦ୍ଧି, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପରିବର୍ତ୍ତେ ସ୍ନାତକ ଏବଂ ଓଡ଼ିଆରଏସ କ୍ୟାଡ଼ର ଅନ୍ତର୍ଭୁକ୍ତ କରାଯାଉ ବୋଲି ପ୍ରକାଶ କରିଛନ୍ତି । ଏହା ଗତ ତା ୦୭/୮/୨୩ ତାରିଖରୁ ଆରମ୍ଭ ହୋଇଛି । ଆସନ୍ତା ତା ୧୭/୮/୨୩ ତାରିଖ ପର୍ଯ୍ୟନ୍ତ କଳାବ୍ଯାଜ୍ ଧାରଣ ଜାରି ରହିବ । ତାପରେ ସରକାର ଯଦି ସେମାନଙ୍କ ଦାବି ନ ମାନନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି । ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ସଭାପତି ଆଶିଷ କୁମାର ଜେନା, ସମ୍ପାଦକ ଜ୍ୟୋତି ପ୍ରକାଶ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଏହି କାର୍ଯ୍ୟ ବନ୍ଦ ଡାକରାରେ ଯୋଗ ଦେବେ ବୋଲି ପ୍ରକାଶ କରିଛନ୍ତି । ଏହିପରି ରାଜ୍ୟର ସମସ୍ତ ବ୍ଲକରେ ଜାରି ରହିଥିବାର ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୫୦ବର୍ଷ ପରେ ଏକାଠି ହେଲେ ୧୯୭୫ମ୍ୟାଟ୍ରିକ ବ୍ୟାଚ,ପାଳିଲେ ଗୋଲଡେନ ଜୁବୁଲି

Sunil Chandra Nayak

ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ରେ ସ୍ଵର୍ଣ ପଦକ ଜିତିଲେ, ଗୌଶିକ ଫିଟନେସ ପାର୍କ ଜିମର ଶଶାଙ୍କ

masiha

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

masiha

Leave a Comment

error: Content is protected !!