ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସମାଜକୁ ସଚେତନତା ଉଦ୍ଦେଶ୍ୟରେ ସରିଆଁ ଗ୍ରାମରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ନର୍ଲା (ମନିସ) ମାଆ ମାଟିକୁ ଭଲ ପାଇବା ,ନିଜ ଦେଶକୁ ଭଲ ପାଇବା, ସର୍ବୋପରି ଆମେ ଦେଶ ପାଇଁ କଣ କରିବା ? ଇତ୍ୟାଦିକୁ ନେଇ ଦେଶର ଯୁବକ ସମାଜ ଆଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ଦେଶରେ ପାଳନ କରା ଯାଉଛି ଯୁବା ସମ୍ବାଦ କାର୍ଯ୍ୟକ୍ରମ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର , ୬୪ ସି.ଆର.ପି.ଏଫ ବାଟାଲିଆନ ଏସ୍ଏମ ଗଣେଶ କୁମାର ସିଂ, ସିଆରପିଏଫ ଇନସ୍ପେକ୍ଟର ପ୍ରବିଣ ପଧାନ,ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ସରିଆଁ ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସା, ନେହେରୁ ଯୁବ କେନ୍ଦ୍ରର ଲେଖପାଳ ଦ୍ୱିତୀୟା ବନଛୋର ଓ ଶିକ୍ଷକ ତଥା ଯୁବ ଲେଖକ ଡିଲେଶ୍ୱର ରଣା ମଞ୍ଚାସୀନ ହୋଇ ଆଜାଦି କି ଅମୃତ ମହୋତ୍ସବ ଅବସରରେ ମାଆ ମାଟି ଓ ଦେଶ ପାଇଁ ଶହୀଦ ହୋଇଥିବା ମହାପୁରୁଷଙ୍କ ସ୍ମୃତି ଚାରଣ କରି ଦେଶର ପ୍ରଗତିରେ ଯୁବ ସମାଜର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭା ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇ ଥିଲା। କାର୍ଯ୍ୟକ୍ରମରେ ବୀର ଯବାନ ତେମନ୍ତ ମାଝୀଙ୍କ ଉତ୍ତରାଧିକାରୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାରେ ପତ୍ରକାର ଲିଙ୍ଗରାଜ ମିଶ୍ର, ସଂଯୁକ୍ତା ପୁରୋହିତ, ଭିକାରୀ ଗଉଡ,ଅମିୟ କୁମାର ସାହୁ, ମନୋଜ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ଗଉଡ,ଅନୀଲ ଅଗ୍ରୱାଲ, ସଞ୍ଜୀବ ଦାସ ପ୍ରମୁଖ ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟିରେ ମଞ୍ଚ ପରିଚାଳନା କରିଥିଲେ ସରିଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ। ଏଥିରେ ଯୁବ ପ୍ରତିଭା ମାନଙ୍କୁ ନେଇ ବକ୍ତୁତା, ନୃତ୍ୟ , ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଜଗୁଲାଲ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୁର୍ବାଦଲ ଭୋଇ, ସମ୍ପାଦକ ମିଳନ କୁମାର ଭୋଇ , ଉପସଭାପତି ଶୁକଦେବ ଭୋଇ, ଉପଦେଷ୍ଟା ସଦସ୍ୟ ସ୍ୱାଧୀନ କୁମାର ଭୋଇ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ନେହେରୁ ଯୁବ କେନ୍ଦ୍ର ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ସହ ଶତାଧିକ ଯୁବକମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି

Related posts

ଡାବୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ

masiha

ବନ୍ଧୁଗାଁ ହାଇସ୍କୁଲ ଠାରେ ୭୬ ତମ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି 

masiha

ଵାଇଦାପୋଷୀ ବସ୍ତି କଲୋନୀ ରେ ପ୍ରଶାସନର ଉଛେଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ 

masiha

Leave a Comment

error: Content is protected !!