ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରାଡୁଵୁରା ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

ମ.ରାମପୁର,୧୫/୦୮( ମସୀହା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡୁରା ବୈଦିକ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣ ସମାଜ ର କାର୍ଯ୍ୟାଳୟ ରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୈଦିକ ବ୍ରାହ୍ମଣ ସମାଜ ଯୋରାଡୁବୁରା ର ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିବା ବେଳେ ବ୍ରାହ୍ମଣ ସମାଜ ର ସଭାପତି ଅରୁଣ ଦାଶ, ସମ୍ପାଦକ ସୁବାସ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ଛନ୍ଦା ଚରଣ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡୋଳାମଣି ରଥ, ସୁବ୍ରତ ରଥ,ବିଜୟ କୁମାର ଦାଶ , ସୁଦାମ ଦାଶ, କୁଳମଣି ନାୟକ, ମୋତିରାମ ମହାପାତ୍ର ଉପସ୍ଥିତ ରହିଥିଲେ । ଆଜି ର ଏହି ଜାତୀୟ ଦିବସ ପାଳନ ଅବସରରେ ଯେଉଁ ମହାତ୍ମାମାନେ କି ଦେଶ ସ୍ଵାଧୀନ ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିଲେ ସେହି ମହାପୁରୁଷଙ୍କ ସୃତି ଚାରଣ କରାଯାଇଥିଲା l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

 

Related posts

ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ

Sunil Chandra Nayak

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

ସ୍ୱଚ୍ଛ ଭାରତ ପାଇଖାନାର ବିକଳ ଅବସ୍ଥା

Sunil Chandra Nayak

Leave a Comment

error: Content is protected !!