ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରାଡୁଵୁରା ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

ମ.ରାମପୁର,୧୫/୦୮( ମସୀହା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡୁରା ବୈଦିକ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣ ସମାଜ ର କାର୍ଯ୍ୟାଳୟ ରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୈଦିକ ବ୍ରାହ୍ମଣ ସମାଜ ଯୋରାଡୁବୁରା ର ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିବା ବେଳେ ବ୍ରାହ୍ମଣ ସମାଜ ର ସଭାପତି ଅରୁଣ ଦାଶ, ସମ୍ପାଦକ ସୁବାସ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ଛନ୍ଦା ଚରଣ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡୋଳାମଣି ରଥ, ସୁବ୍ରତ ରଥ,ବିଜୟ କୁମାର ଦାଶ , ସୁଦାମ ଦାଶ, କୁଳମଣି ନାୟକ, ମୋତିରାମ ମହାପାତ୍ର ଉପସ୍ଥିତ ରହିଥିଲେ । ଆଜି ର ଏହି ଜାତୀୟ ଦିବସ ପାଳନ ଅବସରରେ ଯେଉଁ ମହାତ୍ମାମାନେ କି ଦେଶ ସ୍ଵାଧୀନ ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିଲେ ସେହି ମହାପୁରୁଷଙ୍କ ସୃତି ଚାରଣ କରାଯାଇଥିଲା l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

 

Related posts

ଭାରତ ମାତା କି ଜୟ ଏବଂ ଦେଶ ଭକ୍ତିମୟ ଭାବନାରେ ପାଳିତ ହେଲା ସ୍ୱାଧୀନତା ଦିବସ

Sunil Chandra Nayak

ଫିରିଙ୍ଗିଆ ରେ ବଡ଼ ଦିନ ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଶିକ୍ଷୟିତ୍ରୀ ସଙ୍ଘ ତରଫରୁ ସତ୍ୟରୁପା ଯୋଶୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ – ବୃକ୍ଷ ଉପହାର ଦେଇ ସମାଜକୁ ଦେଲେ ସଚେତନତାର ବାର୍ତା 

Leave a Comment

error: Content is protected !!