ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମ ପଞ୍ଚାୟତ ସ୍ଥିତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଭାପତି ବିବେକ ଅଗ୍ରୱାଲ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ରୋତ ରେ ସାମିଲ୍ ହେବା ପାଇଁ ତାଙ୍କ ଅଭିଭାଷଣ ରେ ବ୍ୟକ୍ତ କରିଥିଲେ। ଏହି ଅବସରରେ କମିଟି ସଦସ୍ୟ, ଉପଦେଷ୍ଟା , ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ, ଅଧ୍ୟାପକ ମାନସ ରଞ୍ଜନ ବାଗ, ରବି ମାଝୀ, କୋତ୍ସ୍ତୁଭ ସାହୁ, ସମୀର ପଧାନ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦର ରଣା, କର୍ମଚାରୀ ଚଂପୁଲାଲ୍ ରଣା, ଡଲେଶ୍ୱର୍ ରଣା ତଥା ଅନେକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ମହାବିଦ୍ୟାଳୟ ର ଏନ୍ ଏସ୍ ଏସ ତରଫରୁ “ମେରୀ ମିଟି ମେରା ଦେଶ” କାର୍ଯ୍ୟକ୍ରମ ର ଉଦଯାପନୀ କରାଯାଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ବିଇଓ ଶ୍ରୀଯୁକ୍ତ ବିଜୟ ପୁରୋହିତ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ମଙ୍ଗଳ ମାଝୀ, କମିଟି ସଦସ୍ୟ ମାଇନର ନାଗ୍, ଶ୍ରୀମତୀ ଧୀର ବୁଡେକ୍, ଲୋକ ନାଥ ଗହିର, ପ୍ରମୁଖ ଯୋଗଦାନ କରିଥିଲେ। ସଭାପତି ବିବେକ ଅଗ୍ରୱାଲ ସଭାପତିତ୍ବ କରିଥିବା ବେଳେ ଅଧ୍ୟକ୍ଷା ଲିପ୍ସା ମୟୀ ଦୁବେ ସ୍ବାଗତ ବକ୍ତବ୍ୟ ରଖିଥିଲେ ଓ ଅଧ୍ୟାପକ ମାନସ ରଞ୍ଜନ ବାଗ ସଭା ସଂଯୋଜନା କରିଥିଲେ । ଗତ ୯ ତାରିଖ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ତତ୍ତ୍ଵାବଧାନ କରୁଥିବା ନୋଡାଲ ଅଫିସର୍ ରବି ମାଝୀ ବିବରଣୀ ପଠନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଜିଲ୍ଲାରେ ଶୁଭାରମ୍ଭ 

masiha

ଦଳିତ ଡେଭଲପମେଣ୍ଟ ମିଶନ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ଉପରେ ଗୁରୁତ୍ୱ

Sunil Chandra Nayak

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!