ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରିଆଁରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜିତ

ନର୍ଲା:( ମସିହା )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍), ମୌଳିକ ଶିକ୍ଷଣ ଅନୁଧ୍ୟାନ (ଏଫ୍ଏଲ୍ଏସ୍), ଶିକ୍ଷଣ ସାମଗ୍ରୀର ବହୁଳ ବ୍ୟବହାର, ୟୁନିଫର୍ମ, ଡାଏରି ଓ ନୋଟବୁକ ବଣ୍ଟନ, ଏକାଡେମିକ୍ କେଲେଣ୍ଡର୍, ଖେଳପଡ଼ିଆ, ଭିତ୍ତିଭୂମି ବିକାଶ, ସ୍କୁଲକୁ ଆସିଥିବା ବିଭିନ୍ନ ଅନୁଦାନ ରାଶିର ସଠିକ ବିନିଯୋଗ ଆଦି ବିଷୟରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଶିକ୍ଷକ କ୍ଷୀରସିନ୍ଧୁ ବାଗ, ଧର୍ମେନ୍ଦ୍ର ମାଝୀ ଓ ଦୟାନିଧି ପଧାନ ଏଫ୍ଏଲ୍ଏନ୍ ଓ ବିଦ୍ୟା ପ୍ରବେଶ ସମ୍ପର୍କିତ ଡେମୋ କ୍ଳାସ୍ ଦେଇଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଉପସ୍ଥିତ ରହି ଡେମୋ କ୍ଳାସ୍ ପର୍ଯ୍ୟବେକ୍ଷଣ କରିବା ସହ ଏଫ୍ଏଲ୍ଏନ୍ ସମ୍ପର୍କିତ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବୈଠକରେ କ୍ଲଷ୍ଟରର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସହକାରୀ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ବଲାଙ୍ଗିରରେ ଘୂର୍ଣ୍ଣିବାତ୍ୟା ଓ କୁଆପଥର ବୃଷ୍ଟିରେ ବ୍ୟାପକ କ୍ଷତି, ପ୍ରତି ଚାଷୀଙ୍କୁ ₹୨0 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦାବି କଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

Sunil Chandra Nayak

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

masiha

Leave a Comment

error: Content is protected !!