ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଯୋଜନା ଏବଂ ମନରେଗା ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି (ଦିଲୀପ ଦାସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ ସୋମବାର ଦିନ ପାଞ୍ଚୋଦସ କେନ୍ଦ୍ରୀୟ ଯୋଜନା ଏବଂ ମନରେଗା ର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ ବିଡ଼ିଓ ଧର୍ମରାଜ ମାଝୀ,ଜିଲ୍ଲା ସାମାଜିକ ସମୀକ୍ଷକ ବୈଭବ ସୁତ ଚଲାଣ, ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ l ବ୍ଲକ ସ୍ତରୀୟ ଜନ ଶୁଣାଣି ସଭ୍ୟ ମନୋଜ କୁମାର ପାଣ୍ଡୀ ପ୍ରମୁଖ ମଂଚାସୀନ ଥିବାବେଳେ ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟ ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ ସମେତ ବହୁ ମହିଳା ଏବଂ ଜନସାଧାରଣ ଉପସ୍ଥିତ ଥିଲେ l ମନରେଗା ବ୍ଲକ ସାମାଜିକ ସମୀକ୍ଷକ ଜୟନ୍ତୀ ମହାରଣା 2020 ରୁ 2023 ଆର୍ଥିକ ବର୍ଷ ରେ ହୋଇଥିବା 480 ଟି ବିଭିନ୍ନ ପ୍ରକଳ୍ପ ତାଲିକା ଉପସ୍ଥାପନା କରିବା ବେଳେ ଉପସ୍ଥିତ ଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ବିରୋଧ କରିବା ସହ ହୋହାଲ୍ଲା କରିଥିଲେ l ସରପଞ୍ଚ ଅଜିତ ପୋଟା, ଜଳନ୍ଧର ମାଝୀ ଏବଂ ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ. ପୌରୁଷ ମାଝୀ ଙ୍କ କହିବା ଅନୁଯାଇ ଅନେକ ପଂଚାୟତ ରେ ମନରେଗା ଏବଂ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ହେଉଥିବା କାମ ଏବେ ବି ଅନେକ ସ୍ଥାନରେ ଅଧାପନ୍ତରୀୟ ଭାବେ ପଡିରହିଥିବା ବେଳେ ଆଜି ଏହି ସମୀକ୍ଷା ବୈଠକ ରେ କିଭଳି ଭାବେ 100 ପ୍ରତିଶତ କାର୍ଯ୍ୟ ସରିଯାଇଥିବା ସହାୟିକା ଜୟନ୍ତୀ ମହାରଣା ପ୍ରକାଶ କରିବା ଦୁର୍ଭାଗ୍ୟ ବିଷୟ ବୋଲି ଅଭିଯୋଗ କରିଥିଲେ l ବିଭାଗୀୟ କର୍ମକର୍ତା ମାନେ କାର୍ଯ୍ୟ ସ୍ଥଳ କୁ ନ ଯାଇ ସବୁ କାଗଜ କଲମ ରେ ସତ ପ୍ରତିଶତ ସମ୍ପୂର୍ଣ ଦେଖାଉଥିବା ମଧ୍ୟ ଅଭିଯୋଗ କରିଥିଲେ l ଏହାଛଡା ପଂଚାୟତ ସରପଞ୍ଚ ଙ୍କ ଅଜାଣତରେ ମନରେଗା ହେଉ କିମ୍ବା ପଞ୍ଚଦସ ଅର୍ଥ ଯୋଜନା ହେଉଥିବା ସହ ସରକାରୀ ଚିଠି ମଧ୍ୟ ଉଚିତ ସମୟରେ ପାଉ ନ ଥିବାରୁ ସ୍ଥାନୀୟ ବିଡ଼ିଓ ଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ଖୋଦ ବିଡ଼ିଓ ବିଧାୟକ ଏବଂ ସାଂସଦ ଙ୍କ ଅଧୀନରେ ରହି କାର୍ଯ୍ୟ କରୁଥିବା ଯୋଗୁଁ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ମାନଙ୍କ ପ୍ରତି ପାତର ଅନ୍ତର କରୁଥିବା ସମିତି ସଭ୍ୟ ପୌରୁଷ ମାଝୀ ଅଭିଯୋଗ କରି ସମସ୍ତ କାର୍ଯ୍ୟ କୁ ସ୍ପେଶାଲ ଅଡିଟ ଦ୍ୱାରା ଯାଞ୍ଚ କରାଯିବ ବୋଲି କହି ଥିଲେ l ଏହାପରେ ବିଡ଼ିଓ ଶ୍ରୀ ମାଝୀ ସମସ୍ତ ସରପଞ୍ଚ ଏବଂ ସମିତି ମାନଙ୍କୁ ନିଜ ପଂଚାୟତ ରେ ନିଜ ଅଧିକାର ଏବଂ ପଂଚାୟତ ର ଉନ୍ନୟନ କାମ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l ମୋଟ 2020 ରୁ 2023 ଆର୍ଥିକ ବର୍ଷାରେ 480 ଟି ପ୍ରକଳ୍ପ ଆସିଥିବା ବେଳେ 10 ଗୋଟିଏ ପ୍ରକଳ୍ପ ର ସାମାଜିକ ସମୀକ୍ଷା ପାଇଁ କୌଣସି କେଶ ରେକର୍ଡ ବା କାର୍ଯ୍ୟ ଖସଡ଼ା ଦିଆ ଯାଇନଥିବା ସମୀକ୍ଷା ରେ ଉପସ୍ଥାପନା କରାଯାଇଥିଲା l ମୂର୍ତ୍ତିକା ସଂରକ୍ଷଣ ବିଭାଗ କୁ 27 ଟି ପ୍ରକଳ୍ପ ର 74 ଲକ୍ଷ୍ୟ 94 ହଜାର ଟଙ୍କା ଆସିଥିବା ବେଳେ 50 ଲକ୍ଷ୍ୟ ସାରିଥିବା ବେଳେ, 14 ଗୋଟି ଗ୍ରାମ ପଂଚାୟତ କୁ 77 ଟି ପ୍ରକଳ୍ପ ପାଇଁ ଦୁଇଶହ ପଚାଶ କୋଟି ତିନି ଶହ ଏକ ଟଙ୍କା ଆସିଥିବା ବେଳେ ମୋଟ ଖର୍ଚ୍ଚ ଏକଶହ ସତସ୍ତ୍ରରି କୋଟି ତେୟାନବେ ଲକ୍ଷ ଟଙ୍କା, ବ୍ଲକ କାର୍ଯ୍ୟାଳୟ କୁ 74 ଟି ପ୍ରକଳ୍ପ ର ପାଞ୍ଚ ସହ ଏକତିରିଶ କୋଟି ଚାରି ଲକ୍ଷ ଟଙ୍କା ଆସିଥିବା ବେଳେ ମୋଟ ଖର୍ଚ୍ଚ ଦୁଇ ସହ ଏକସ୍ତରୀ କୋଟି ବାବନ ଲକ୍ଷ ଟଙ୍କା l ଏବଂ ଉଦ୍ୟାନ ବିଭାଗ କୁ ଗୋଟିଏ ପ୍ରକଳ୍ପ ର 3 ଲକ୍ଷ 51 ହଜାର ଆସିଥିବା ବେଳେ ମୋଟ ଖର୍ଚ୍ଚ 1 ଲକ୍ଷ୍ୟ 40 ହଜାର ହୋଇଥିବା ଉପସ୍ଥାପନା କରିଥିଲେ l ଏଥି ମଧ୍ୟରେ ସlତଟି ପ୍ରକଳ୍ପ ରେ ସୂଚନା ଫଳକ ଲାଗିନ ଥିବା ବେଳେ ଶରଧାପୁର ଏବଂ ମହରା ପଂଚାୟତ ରେ ମନରେଗା ଯୋଜନା ରେ ମୃତ୍ୟୁ ବ୍ୟକ୍ତି ଙ୍କ ନାଁ ରେ 10607 ଟଙ୍କା ଯାଇଥିବା ଅଭିଯୋଗ ହୋଇଥିଲା l ତୁରନ୍ତ ସେହି ଟଙ୍କାକୁ ଦୁଇ ଦିନ ମଧ୍ୟରେ ଫେରସ୍ତ କରିବା ପାଇଁ ବିଡ଼ିଓ ମାଝୀ ରୋଜଗାର ସେବକ ଙ୍କୁ ନିର୍ଦେଶ ଦେଇଥିଲେ l ପ୍ରକାଶ ଥାଉକି ଏହି ଜଣ ଶୁଣାଣି ଶିବିର ରେ ଅନେକ ବିଭାଗୀୟ କର୍ମଚାରୀ ମାନେ ଅନୁପସ୍ଥିତ ଥିବା ଯୋଗୁଁ ଲୋକ ପ୍ରତିନିଧି ମନେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଡ଼ିଓ ଏବଂ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ବୈଭବ ସୁତ ଚଲାଣ ଙ୍କୁ ଅନୁରୋଧ କରିଥିଲେ. ଶେଷରେ ଅତିରିକ୍ତ ଏ ପି ଓ ସୁରେଶ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

“ମ୍ୟାଲେରିଆକୁ ହରାଇବା ଆମ ହାତରେ” ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ 

Sunil Chandra Nayak

ବୀଜୟନିଙ୍କୁ ମିଳିଲା ସଞ୍ଜୟ ତୁଳ ସମ୍ମାନ 

masiha

ଅବସର ପ୍ରାପ୍ତ ଭାରତୀୟ ଯବାନ ଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!