ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବ୍ଲକ କଂଗ୍ରେସ କମିଟି ର ଖବରଦାତା ସମ୍ମିଳନୀ

ଡାବୁଗାଁ, ୨୯ /୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ବ୍ଲକ କଂଗ୍ରେସ ତରଫରୁ ଏକ ଖବରଦାତା ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅଧୀନ କୋଷାଗୁମୁଡା ବ୍ଲକ ଅଞ୍ଚଳ ର ଯୁବଗୋଷ୍ଠୀ ସହ ଡ଼ାବୁଗାଁ ବିଧାୟକ ମୋନହର ରନ୍ଧାରୀ ଉନ୍ନତୀ ମୂଳକ କାର୍ଯ୍ୟ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିଲା । ଯାହା କି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ରେ ବିଧାୟକ ଶିକ୍ଷିତ ଯୁବକ ମାନଙ୍କୁ ତାଙ୍କ ପ୍ରଶ୍ନ ର ଉତ୍ତର ଦେଇପାରିନଥିଲେ ବୋଲି ଏକ ଖବରଦାତା ସମ୍ମିଳନୀ କରି ତେରଛା ବାଣ ମାରିଛି ଡ଼ାବୁଗାଁ ବ୍ଲକ କଂଗ୍ରେସ କମିଟି । ବିଧାୟକ ଙ୍କ ପାଣ୍ଠି ରୁ ୫ ବର୍ଷ ରେ ୧୫ କୋଟି ଟଙ୍କା ଆସୁଥିବା ବେଳେ ବିନା ଫଳକ ରେ ହେଉଥିବା କାର୍ଯ୍ୟ କୁ ମଧ୍ୟ ତୀବ୍ର ନିନ୍ଦା କରିବା ସହ ସରକାର ଙ୍କ ଗାଇଡ ଲାଇନ ବାହାରେ ବିନା ଫଳକରେ ଉନ୍ନୟନ କାର୍ଯ୍ୟ କରିବା ଓ ବିଲ କରିବା ଦୁର୍ନୀତିର ଗନ୍ତାଘର ବୋଲି ସ୍ପଟୋକ୍ତି କରିଛନ୍ତି । ସମସ୍ତ କାର୍ଯ୍ୟ କୁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତଦାରଖ କରାଯିବ ବୋଲି କହିଛନ୍ତି । ଜଣେ ବିଧାୟକ ଏହି ଜନସାଧରଣଙ୍କୁ ଏମିତି ଆକ୍ରୋଶମୂଳକ ହେବା ଠିକ୍ ନୁହେଁ ବୋଲି କହିଥିଲେ । ଭିଡିଓ ଭାଇରାଲ ହେବା ପରେ ଡାବୁଗାଁ ବ୍ଲକ କଂଗ୍ରେସ ବିଧାୟକ ଙ୍କ ଏପରି କାର୍ଯ୍ୟ କୁ ଘୋର ବିରୋଧ କରି ଯୁବଗୋଷଠୀଙ୍କୁ ଉତ୍ତର ଦେଇପାରିଲେ ନାହିଁ କଣ ପାଇଁ ? ନିରୀହ ଜନତା ଙ୍କୁ ଛତା, ଚା, ଦା, ରେନିକୋଟ, ଖଡୁ ଆଦି ଦେଇକି ଏପରି ଛଳନା କରୁଥିବା ପ୍ରଶାସନ କୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଏସବୁ ଠିକ୍ କରାନଯାଏ ଓ ଜିଲ୍ଲା ଭିତ୍ତିକ ନିଯୁକ୍ତି ଉପରେ କୌଣସି କାର୍ଯ୍ୟ ହେଉନାହିଁ | ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିରାଟ ଆନ୍ଦୋଳନ କରିବା ନେଇ ଖବରଦାତା ସମ୍ମିଳନୀ ରେ ଜିଲା ଯୁବ କଂଗ୍ରେସ ସଭାପତି ଡା. ଲିପିକା ମାଝୀ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀ ରେ ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, ଶେଖ ଆକବର ହୁସେନ, ରାମେଶ୍ଵର ପାଣିଗ୍ରାହୀ, ଧବଳେଶ୍ଵର ନାୟକ, କେଶବ ରେଲି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଯୋଧ୍ୟା ରୁ ଆସିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅକ୍ଷ୍ୟତ କଳସ କୁ ଧର୍ମଗଡ ରେ ଭବ୍ୟ ସ୍ଵାଗତ

masiha

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

masiha

ସୁନୀଲ ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ନିଯୁକ୍ତ 

Sunil Chandra Nayak

Leave a Comment

error: Content is protected !!