ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଚେଇଗୁଡା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ( ଶାନ୍ତିପୁର ) ଚିଚେଇଗୁଡା ଠାରେ ଜିଲ୍ଲା ସ୍ତରୀୟ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ୧୬୨ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।କଳାହାଣ୍ଡି ଜିଲ୍ଲା ମେହେର ( ଭୁଲିଆ ) ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ମେହେର ଭୁଲିଆ ସମାଜର ସଭାପତି ଦିଲୀପ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରିୟ ଦର୍ଶିନୀ ଇନ୍ଦିରା କଲେଜର ଓଡ଼ିଆ ଅଧ୍ୟାପକ ବିଶ୍ୱ ରଞ୍ଜନ ବେହେରା ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପଧକ୍ଷ। ଶ୍ରୀମତୀ ସୁଧୀର। ମେହେର ,ଅବସର ଗୋଷ୍ଟି ସାଧନ ସଂଯୋଜକ ଶ୍ରୀବସ୍ବ ମେହେର ,ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଅଧକ୍ଷ ବିଭୁତି ଭୂଷଣ ମେହେର ,ରାମେଶ୍ୱର ମେହେର ,ଶାନ୍ତି ପୁର ମେହେର ସମାଜ ସଭାପତି ,ସମ୍ପାଦକ ମେହେର ଭୁଲିଆ ସମାଜ କଳାହାଣ୍ଡି ବିଦ୍ୟାଧର ମେହେର ,ସହ ସମ୍ପାଦକ ଶାନ୍ତନୁ ମେହେର ପ୍ରମୁଖ ଯୋଗ ଦେଇ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ରେ ଲୋକଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଙ୍କୁ ଲମ୍ବୋଧର ସ୍ମାରକୀ ପୁରସ୍କାର ଏବଂ ଆଇ ସି ଏ ସ ସି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଙ୍କୁ ରୋହିଣୀ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଅନେକ ଗ୍ରାମରୁ ଆସିଥିବା ସମାଜର ଭଦ୍ର ବ୍ୟକ୍ତି ,ମାନ୍ୟ ଗଣ୍ୟ ବ୍ୟକ୍ତି ଏବଂ ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତ ରହିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଜୁନାଗଡ ତାଲବନ୍ଧପଡ଼ା ଠାରେ ମୋଦୀଜୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ନାଗରିକ 

Sunil Chandra Nayak

ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ

Sunil Chandra Nayak

Leave a Comment

error: Content is protected !!