ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଣେଶ ପୂଜାକୁ କେନ୍ଦ୍ର କରି ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ଯୁବକ

କୋକସରା,୩୨/୦୮ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମରେ ଗଣେଶ ପୂଜା ପ୍ରସ୍ତୁତିକୁ କେନ୍ଦ୍ର କରି ମଙ୍ଗଳବାର ଗାଁର ଜଣେ ଯୁବକ ନବ ଚନ୍ଦନ(୨୦) ବିରୋଧ କରି ଆସୁଥିଲା । ଏହାକୁ ନେଇ ଗ୍ରାମର ପୂଜା କମିଟି ପକ୍ଷରୁ ଯୁବକଙ୍କ ନାମରେ କୋକସରା ଥାନାରେ ଏତଲା ଦେଇଥିଲେ । ଯାହାକୁ ନେଇ ଯୁବକ ପ୍ରତିକ୍ରିୟାଶୀଳ ହୋଇ କୋକସରା ଥାନାରୁ ଅଭିଯୋଗ କରି ଫେରୁଥିବା ବେଳେ ତରୁଣ ମାଝୀ (୪୫)ଙ୍କ ସହ ଗାଁ ମୁଣ୍ଡରେ ଛୁରା ଧରି ଗଣ୍ଡଗୋଳ କରିବା ସହ ଆକ୍ରମଣ କରିଥିଲା । ଏଥିରେ ତରୁଣ ଗୁରୁତର ହେବାପରେ ତାଙ୍କୁ କୋକସରା ହସ୍ପିଟାଲରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । କୋକସରା ଥାନା କେଶ ନମ୍ବର ୨୨୨/୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ନବ ଚନ୍ଦନକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

masiha

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

Sunil Chandra Nayak

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

Leave a Comment

error: Content is protected !!