ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି .ଏସ .ଏସ .ଓ , ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା କଳାକାରଙ୍କ ଜିଲ୍ଲାସ୍ତରୀୟ ଦୁଇ ଦିନିଆ ତାଲିମ ଶିବିର , ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର

ଭବାନୀପାଟଣା ତା: 01/09/2023 :- ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ କୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାରମାନଙ୍କୁ ନିଜସ୍ଵ କଳାର ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଂଘମାନଙ୍କୁ ଆଜି 01/09/2023 ଓ ଆସନ୍ତା କାଲି 02/09/2023 ଦୁଇଦିନ ଧରି ତାଲିମ ପ୍ରଦାନ କରାଯାଉଛି । ଏହି ଅବସରରେ ଆଜି ସ୍ଥାନୀୟ ଇ .ଟି. ସି ତାଲିମକେନ୍ଦ୍ରରେ ଆୟୋଜିତ ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ସାଧନ ସଭ୍ୟମାନଙ୍କୁ ଯୋଜନାର ସଫଳ ପ୍ରଚାର ପାଇଁ ତଥା ନିଜସ୍ଵ କଳା ପ୍ରଦର୍ଶନ ପାଇଁ କହିଥିଲେ । ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ପ୍ରଥମ ଦିନ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଡି . ଆଇ . ପି . ଆର . ଓ . ମନୋଜ ବେହେରା , ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ , ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ( ଗୋଲାମୁଣ୍ଡା ) ପ୍ରଦୀପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ଓ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ଵାଗତ ଭାଷଣ ଦେଇ ତାଲିମ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର ଓ ବିଶିଷ୍ଟ ଲୋକକଳା ଗୁରୁ ଶ୍ରୀ ଭୀମସେନ ସାହୁ କଳାକାରମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଷୟ ବିଶେଷଜ୍ଞଭାବେ “ ମିଶନ ଶକ୍ତି ” ଉପରେ ଡି ପି ସି ମିଶନ ଶକ୍ତି ଅମିତ ପାଢୀ , “ ମମତା ଯୋଜନା “ ଉପରେ ଏ ଡି ଏସ ଡବ୍ଲୁ ଓ ଦୁଲାଲ ସେନାପତି , “ମୋ ସ୍କୁଲ” ଉପରେ ଜିଲ୍ଲା ‘ ମୋ ସ୍କୁଲ ’ ସଂଯୋଜକ ସୁକାନ୍ତ ସାହୁ , “ ଆଦର୍ଶ ବିଦ୍ୟାଳୟ ” ଉପରେ ବିଜ୍ଞାନ ସୁପରଭାଇଜର ଦୁସମନ୍ତ ପାଢୀ , “ କ୍ରୀଡା ଓ ହକି ” ଉପରେ ଡି . ଏସ . ଓ ରମେଶ ପାଢୀ , “ ମଧୁବାବୁ ପେନସନ ” ଉପରେ ଏସ . ଏସ . ଏସ . ଓ ଚନ୍ଦନ କୁମାର ବାରିକ କଳାକାରମାନଙ୍କୁ ବିଶେଷ ରୂପେ ବୁଝାଇଥିଲେ । ଡି.ଆଇ.ପି.ଆର.ଓ , ଡି.ଏସ.ଓ , ଜେଡ.କେ.ଏସ.ଏସ , ବି.କେ.ଏସ.ଏସ ଉପସଭାପତି ଏହି ସୂଚନା , ଶିକ୍ଷା ଓ ଯୋଗାଯୋଗ ବିଶେଷ କାର୍ଯ୍ୟକ୍ରମର ଯୋଜନା , ମନିଟରିଂ , ଡକୁମେଣ୍ଟାରୀ , ବିଲିଙ୍ଗ , ମାଇକ୍ରୋପ୍ଲାନିଂ ଉପରେ ବିଶେଷଭାବେ ସାଧନସଭ୍ୟ ମାନଙ୍କୁ ଅବଗତ କରିଥିଲେ । ଏହି ଶିବିରରେ ବି . କେ . ଏସ . ଏସ ର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ । ଆସନ୍ତା 15 ରୁ 30 ପର୍ଯ୍ୟନ୍ତ 16 ଦିନ ଧରି ତାଲିମପ୍ରାପ୍ତ କଳାକାରମାନେ ଗାଁ ଗାଁ ରେ ଲୋକଙ୍କୁ ଲୋକ କଳା ମାଧ୍ୟମରେ ସଚେତନ କରିବେ । ଶିବିର ପରିଚାଳନା କରିଥିଲେ ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ( ଗୋଲାମୁଣ୍ଡା) ପ୍ରଦୀପ ମିଶ୍ର ଓ ଶେଷରେ ଡି ସି ଓ ଅର୍ପିତା ବେହେରା ଧନ୍ୟବାଦ୍ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ନିଆଲଙ୍କ କବିତା

masiha

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ 

Sunil Chandra Nayak

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି…

masiha

Leave a Comment

error: Content is protected !!