ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

ରାଇଘର (କିରଣ ପଟ୍ଟନାୟକ ) ଛତିଶଗଡରୁ ହାତୀପଲ ଓଡ଼ିଶା ସୀମାନ୍ତରେ ପ୍ରବେଶ କରିବା ସହ ଏକର ଏକର ମକା ଫସଲ ନଷ୍ଟ କରିବା ଆରମ୍ଭ କରିଛି | ଗତ ଦୁଇ ଦିନ ପୂର୍ବରୁ ଛତିଶଗଡ ଅନ୍ତର୍ଗତ ଖଲାରୀ ଜଙ୍ଗଲରେ ଏହିି ହାତୀପଲ ଚଳପ୍ରଚଳ ରହିଥିଲା କିନ୍ତୁ ରାତି ଠାରୁ ଓଡ଼ିଶା ସୀମାନ୍ତରେ ପ୍ରବେଶ କରିବା ଆରମ୍ଭ କରିଛି ପ୍ରଥମ ଦିନରେ ଓଡ଼ିଶା ସୀମାନ୍ତ ଜଂଗଲରେ ଚଳପ୍ରଚଳ କରି କୁନ୍ଦେଇ ର ସମ୍ବଲପୁର ଅଂଚଳରେ ପ୍ରବେଶ କରି ଚାଷ ହୋଇଥିବା ମକା ଫସଲ ପ୍ରାୟ ୧୦ ରୁ ୧୫ ଏକର ମକା ଗଛ ନଷ୍ଟ କରିଥିବା ଜଣାପଡିଛି | ସେହିଭଳି ଶୁକ୍ରବାର ରାତି ରେ ଭୁରୁଖାମହୁଲି ଅଂଚଳରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ହାତୀ ପ୍ରବେଶ କରି ମକା ଫସଲ ନଷ୍ଟ କରିଥିବା ଜଣାପଡିଛି | ସେମରଡିହି ଅଂଚଳରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ପ୍ରାୟ ୩ ରୁ ୪ କିଲୋମିଟର ପରିସରରେ ଏହିି ହାତୀପଲ ଚଳପ୍ରଚଳ କରିଥିବାର ଦେଖୁବାକୁ ମିଳିଛି |ଆଜି କୁନ୍ଦେଇ ବନ ବିଭାଗ ହାତୀ ପ୍ରବେଶ ଅଞ୍ଚଳକୁ ଯାଇ ପରିଦର୍ଶନ କରିଥିବାର ଜଣାପଡ଼ିଛି | 

      ପ୍ରକାଶ ଥାଉକି ପ୍ରତିଦିନ ଏହି ହାତିପଲ ସନ୍ଧ୍ୟା ୩ ଟା ଠାରୁ ଛତିଶଗଡ ଜଂଗଲରୁ ଓଡ଼ିଶା ଅଭିମୂଖେ ବାହାରି ଥାଆନ୍ତି l ରାତିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମକା ଫସଲ ଖାଇବା ଉଦ୍ଦେଶ୍ୟରେ ଘୁରି ବୁଲନ୍ତି ରାତି ସାରା ଓଡ଼ିଶାରେ ରହି ସକାଳ ୪ଟା ସମୟରେ ପୁଣି ଥରେ ଛତିଶଗଡ ଜଂଗଲକୁ ଫେରି ଯାଉଛି ବୋଲି ଅଂଚଳ ବାସୀ ଆତଙ୍କିତ ରହୁଥିବା ପ୍ରକଶ କରିଛନ୍ତି l

 

Related posts

ବାରବାଟୀରେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ ଅଧାରୁ ବନ୍ଦ ହେଲା ମ୍ୟାଚ 

masiha

କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ।

ଉପ ଜିଲ୍ଲାପାଳଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ 

masiha

Leave a Comment

error: Content is protected !!