ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡକୁ ଜିଲ୍ଲା ଗଠନ ଦାବୀରେ ଗଣଧାରଣା , ସପ୍ତମ ଦିବସରେ , ସମର୍ଥନରେ ବସିଲେ ଧର୍ମଗଡ ଓକିଲ ସଂଘ

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ସପ୍ତମ ଦିବସରେ ରେ ଆଜି ଧର୍ମଗଡ ଓକିଲ ସଂଘ ପକ୍ଷରୁ ପ୍ରତୀକ ସମର୍ଥନ ପ୍ରଦର୍ଶନ କରାଯାଉଛି। ଜିଲ୍ଳା ଦାବୀ ର ଏହି ଧାରଣାରେ ଧର୍ମଗଡ ଓକିଲ ସଂଘ ର ସଭାପତି ପ୍ରସନ୍ନ ଅଗସ୍ତି, ସଂପାଦକ ବିଶ୍ଵନାଥ ମୁଣ୍ଡ, ଉପସଭାପତି ବିନୋଦ ନାୟକ, ସହ ସଂପାଦକ ଜୟଦ୍ରଥ ମହାନନ୍ଦ, କୋଷାଧ୍ୟକ୍ଷ ବସନ୍ତ ଠାକୁର,ବରିଷ୍ଠ ସଦସ୍ୟ ସନ୍ତୋଷ ପାତ୍ର, ଜବାହାରଲାଲ ବାଗ, କୃପାସିନ୍ଧୁ ପଣ୍ଡା, ସନ୍ତୋଷ ମେହେର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମିହିର ରଞ୍ଜନ ପଟ୍ଟଯୋଷି, ରାଜେନ୍ଦ୍ର ମୁନି, ଅଜିତ ସାହୁ, ଅଶ୍ୱିନ ପଣ୍ଡା, ସମୀର ମୁଣ୍ଡ, ଅଶୋକ ପୁରୋହିତ, ଦିଗାମ୍ବର ଦୁରିଆ, ଅଂଶୁମାନ ପାତ୍ର ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ଗଠନ ଦାବୀ କୁ ଜୋରଦାର କରିବା ପାଇଁ ମତ ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର

Sunil Chandra Nayak

ବଡଓଲମା ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

masiha

ରାଜ୍ୟ ପୁରସ୍କାର ପାଇଲେ ଶୈଳବାଳା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ 

masiha

Leave a Comment

error: Content is protected !!