ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

ରାଉରକେଲା/ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସେକ୍ଟର ୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଏବଂ ଶିଶୁ କଳାକାର ସମ୍ମାନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ,ନରେଶ ଆର୍ଯ୍ୟ, କୁଞ୍ଜବିହାରୀ ରାଉତ, କୁମାର ବେହେରା ଓ ଗ୍ରେସୀ ଡେଭିଡ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ଶିକ୍ଷାବିତ୍ ଅଜନ୍ତା ମିଶ୍ର, ଗୀତାରାଣୀ ମିଶ୍ର, ସବିତାରାଣୀ ବେହେରା, ପୁଲିନ୍ ରାଉତରାୟ,ରବର୍ଟ ହାଇଫିଲ, ଶରତ କୁମାର ବିଶ୍ବାଳ ଓ ଶିଶୁ କଳାକାର ଭାବେ ସ୍ବସ୍ତିକ ପଣ୍ଡା, ତମନ୍ନା ଭୌମିକ, ଜି ଏ ମହିମ, ସାଇ ମିଶ୍ର, ଶ୍ରେୟା ଚକ୍ରବର୍ତ୍ତୀ,ପ୍ରମେୟ ମହାନ୍ତି, ଦିବ୍ୟଦିଶା ବାରିକ, ସାଇନା ନନ୍ଦ,ତନୁଶ୍ରୀ ଅଗ୍ରୱାଲ, ଅମ୍ଳାନ ଅଂଶୁମାନ ପ୍ରଧାନ ଓ ଅନୁରାଗ ଗିରି ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ । ଅତିଥିଗଣ ଓ ଗୁରୁମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଲେ ଯେ ଗୋଟିଏ ମଂଚରେ ଗୁରୁ ଓ ଶିଶୁ ଙ୍କୁ ସମ୍ମାନିତ କରାଯିବା ଏକ ନିଆରା ଘଟଣା। କାର୍ଯ୍ୟକ୍ରମ ପରିଚାଳନା ମୂରଲୀ ପଟ୍ଟନାୟକ, ଦିବାକର ଓ କଲ୍ୟାଣୀ ଦାସ, ସତ୍ୟବାନ ସାହୁ, ଲିତାଞ୍ଜଳୀ ଓ ସଲିତ ପତି ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜେକେ କାଗଜ କଳ ପରିସରରେ 78 ତମ ସ୍ଵାଧୀନତା ଦିବସ ପାଳନ 

masiha

ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ସମ୍ବର୍ଦ୍ଧିତ

Sunil Chandra Nayak

ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!