ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

କୋକସରା,୬/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ବୁଧବାର ସନ୍ଧ୍ୟାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିବା ଦେଖି ଚିଲିଗୁଡାର କିଛି ଯୁବକ କୋକସରା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ କର୍ମଚାରୀଙ୍କ ସହାୟତାରେ ରାସ୍ତାରୁ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ହେଉଛନ୍ତି କୋକସରା ବ୍ଲକ ଆମପାଣିର ପ୍ରକାଶ ପଣ୍ଡା (୪୭) ବୋଳି ଜଣାପଡିଛି।ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କୋକସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଜ୍ୟସ୍ତରୀୟ ଲଉଡି ନୃତ୍ଯ ମହୋତ୍ସବ 

Sunil Chandra Nayak

ରାଇରଙ୍ଗପୁରରେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସଚେତନତା କର୍ମଶାଳାରେ ଯୋଗଦେଲେ ରାଜ୍ୟ ମିଶନର ଶକ୍ତି ଉପଦେଷ୍ଟା ଡଃ ଗୀତାଞ୍ଜଳି ବସ୍ତିଆ

masiha

ଦଶଥର ନିର୍ବାଚିତ ପାକ୍ସ ସଭପତି ଙ୍କ ପରଲୋକ

Leave a Comment

error: Content is protected !!