ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରସ୍ବତୀ ଶିଶୁ ମନ୍ଦିର ଠାରେ ପାଳିତ ହେଲା ଜନ୍ମାଷ୍ଟମୀ

ବନ୍ଧୁଗାଁ ସରସ୍ବତୀ ଶିଶୁ ମନ୍ଦିର ଠାରେ ପାଳିତ ହେଲା ଜନ୍ମାଷ୍ଟମୀ 

ବନ୍ଧୁଗାଁ ତା,୭/୯/୨୩, ଯେତେବେଳେ ଧରାପୃଷ୍ଟ ରେ ପାପୀ ମାନଙ୍କର ପ୍ରାଦୁଭାବ ବଢ଼ିଯାଏ, ଠିକ ସେହି ସମୟରେ ଭଗବାନ ସ୍ୱୟଂ ଧରାପୃଷ୍ଟ କୁ ଅବତାର ନେଇ ଆସନ୍ତି ପାପୀ ମାନଙ୍କୁ ବଧ କରିବା ପାଇଁ ! ଭଗବାନଙ୍କ ଲୀଳା ସମ୍ପର୍କରେ ଅନାଦି କାଳରୁ ଜଗତବାସି ଶୁଣି ଆସୁଛନ୍ତି ! ଯେତେ ଶୁଣିଲେ ବି ଏ ଲୀଳା ସର୍ବଦା ନିତ୍ୟ ନବୀନ ଲାଗେ ! ସକଳ ମାଧୁର୍ଯ୍ୟ ଆଉ ଜ୍ଞାନର ଯେ ଉତ୍ସବ୍ ଭଗବାନ କୃଷ୍ଣ ଙ୍କ ଲୀଳାଠାରୁ ଆଉ ଅଧିକ ମଧୁର କଣ ହୋଇପାରେ ଧରାପୃଷ୍ଟକୁ କଳାକାଁନ୍ହୁଙ୍କ ଆଗମନ ହୋଇଥିଲେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ ! ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ଵଧ କରିବା ନିମନ୍ତେ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମ ନେଇଥିଲେ ! ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ କୁ  ହିନ୍ଦୁମାନେ ଜନ୍ମଷ୍ଟାମୀ ଭାବେ ପାଳନ କରନ୍ତି ! ଏହି ଅବସରରେ ବନ୍ଧୁଗାଁ ବ୍ଲକର ସରସ୍ୱତୀ ବିଦ୍ୟା ଶିଶୁ ମନ୍ଦିର ଠାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ କୃଷ୍ଣ ବେଶରେ ସଯବାଜ କରି ବନ୍ଧୁଗାଁ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶ୍ରୀ କୃଷ୍ଣଙ୍କ ପାଦରେ ମୁଣ୍ଡିଆ ମାରିବା ସହ ପାଦରେ ଚାଲି ଚାଲି ଦେଡ଼ କିମି ପର୍ଯ୍ୟନ୍ତ  ନିଜ ବିଦ୍ୟାଳୟକୁ ପହଞ୍ଚି ଗୁରୁମା ଓ ଗୁରୁଜନଙ୍କ ପାଦ ଛୁଇଁ ମୁଣ୍ଡିଆ କରି ଆସର୍ବାଦ କରିଥିବାର ଦେଖିବାକୁ ମିଳିଥିଲା I ଏଥି ସହ ଅଞ୍ଚଳ ଉତ୍ସବ୍ ମୁଖର ପାଲଟିଛି ! ଗାଁ ଠୁ ଆରମ୍ଭ କରି ସହର ପ୍ରଯ୍ୟନ୍ତ ସବୁଠାରେ ଜନ୍ମାଷ୍ଟମୀ ପାଳନ କରୁଛନ୍ତି I ବିଦ୍ୟାଳୟର ସନ୍ତୋଷ ଦାସ, ବସନ୍ତ କୁମାର ସ୍ୱାଇଁ, ଶୃନିବାସ ପଟ୍ଟନାୟକ ଓ ଗୁରୁଜନ ଓ ଗୁରୁମା ଉପସ୍ଥିତ ରହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

Sunil Chandra Nayak

ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ସ୍ଥାୟୀ ଶିକ୍ଷକ ଦାବିରେ ଅଭିଭାବକ ମାନେ ସ୍କୁଲରେ ପକେଇଲେ ତାଲା

Sunil Chandra Nayak

Leave a Comment

error: Content is protected !!