ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା 

ଗୋଳାମୁଣ୍ଡା ତା ୮/୯ /ନିର୍ଭୟ ନିରପେକ୍ଷ ମସିହା // ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ତିନି ଦଫା ଦାବୀ ନେଇ ଓଡ଼ିଶା ସରକାରଙ୍କୁ ପୂର୍ବରୁ ଅନେକ ଥର ଦାବି ପତ୍ର କରିଥିଲେ । ହେଲେ ସରକାର ନ ଶୁଣିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଠାରୁ ପ୍ରତି ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଜ ନିଜ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଛନ୍ତି । ଠିକ ସେହିପରି ଗୋଳାମୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ୨୦୦୧ ମସିହାରୁ ଚାକିରୀ କରୁଥିବା ସ୍ବେଛାସେବୀ ଶିକ୍ଷା ସହାୟକ, ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ଚୁକ୍ତି ଭିତ୍ତିକ ଉଚ୍ଛେଦ କରି ମୂଳ ଚାକିରୀରୁ ଗଣନା, ଓଡିଶା ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା,ପୁରୁଣା ପେନସନ ଲାଗୁ କରିବା ଏପରି ବିଭିନ୍ନ ଦାବୀ ତାଙ୍କର ତିନି ଦଫା ଦାବି ପତ୍ରରେ ଉଲ୍ଲେଖ କରିଥିଲେ । ରାଜ୍ୟ ସରକାର ଶିକ୍ଷକ ସଙ୍ଘର ଦାବୀକୁ ଅଣଦେଖା କରୁଥିବାରୁ ଆଜି ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ସଭାପତି ବିଶ୍ୱଜିତ ନେଗୀ,ତରଙ୍ଗ ଚଣ୍ଡୀ, ଶିବରାମ ସୁନାନୀ, ଦୟାଧର ବିହାରୀ, ସ୍ବରାଜ ବାଗ, ମୋହନ ଲାଲ ବିଶି,ଭକ୍ତ ରାମ ସେନାପତି, ନୃତନନାଏକ, ବିନୋଦ ପାଣଗ୍ରାହୀଙ୍କ ସମେତ ଅନେକ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତି ଶିଲ ମସିହା

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

Koraput District Shines: Collector Shri V. Keerthi Vasan to Receive Prime Minister’s Award

masiha

ସିକେରକୁପାଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!