ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କୁଇଜ ପ୍ରତିଯୋଗିତା 

ବିଶିଷ୍ଟ ସମାଜସେବୀ ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କୁଇଜ ପ୍ରତିଯୋଗିତା 

କଟକ : କଟକ ସଦର ୪୨ ମୋୖଜ଼ା, ବେଣ୍ଟକାର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୪୨ ମୌଜା ଅଞ୍ଚଳର ବିଶିଷ୍ଟ ପରିବେଶବିତ,ନାଟ୍ୟକାର ଶ୍ରୀଯୁକ୍ତ ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାମାଜିକ ସଙ୍ଗଠନ କାୟାକଳ୍ପ ଅନୁଷ୍ଠାନ ପକ୍ଷରୁ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ କଳ୍ପତରୁ ପାଗଲ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ ମହାପାତ୍ର ଉଦଘାଟନ କରିଥିବା ବେଳେ ଇଂ.ଅଶୋକ ବିଶ୍ୱାଳ, ଶିକ୍ଷାବିତ ଡ.କଲ୍ଲିମୁଲା,କଣ୍ଠଶିଳ୍ପୀ ଅଶ୍ୱିନୀ ମହାନ୍ତି ଓ ସମାଜସେବୀ ବିନୋଦ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ l ତ୍ରିଲୋଚନ ଦାଶ ଓ ଶିକ୍ଷୟିତ୍ରୀ ସୁନନ୍ଦା ଦାଶ କୁଇଜ ପ୍ରତିଯୋଗିତାକୁ ପରିଚାଳନା କରିଥିବା । କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ ସହ ପ୍ରଧାନଶିକ୍ଷକଙ୍କୁ ଆଦର୍ଶ ଶିକ୍ଷକ ଭାବରେ ଓ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର ଉପଦେଷ୍ଟା ତଥା ସମାଜସେବୀ ରୁଦ୍ର ନାରାୟଣ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ନାୟକ,ରୁବିନା ଦାସ,ସୁଷମା ବେହେରା,ବିଜୟିନୀ ସ୍ୱାଇଁ,ରଶ୍ମିତା ବେହେରା,ଚିନ୍ମୟ ମହାରଣା, ବନଜ୍ୟୋତ୍ସ୍ନା ରାଉତରାୟ,ଅଜିତ ସୁବୁଦ୍ଧି,ଗଣେଶ ମୁଦୁଲି,ପ୍ରଫୁଲ୍ଲ ଦାସ, ଚନ୍ଦ୍ର ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

masiha

ବର୍ଷା ବର୍ଣ୍ଣାଳି ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

masiha

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ପାଳିତ 

Leave a Comment

error: Content is protected !!