ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଜାନନ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

ଗଜାନନ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତ ଭୋଇରମୁଣ୍ଡା ଗଜାନନ ଯୁବକ ସଂଘ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିଚାଳନା କମିଟି ଦ୍ବାରା ଶନିବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟ କ୍ରମରେ ଗଜାନନ ଯୁବକ ସଂଘର ସଂପାଦକ ଅଶୋକ ସାହୁଙ୍କ ନେତୃତ୍ୱରେ ଭୋଇରମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ, ଶିକ୍ଷକ ଲମ୍ବୋଦର ସାହୁ, ଗଜାନନ ଯୁବକ ସଂଘ ର କ୍ରୀଡା ସଂପାଦକ ରାଜେଶ ସାହୁ, ପିଙ୍କୁ ସାହୁ, ମିଥୁନ ସାହୁ, ଟିକେଲାଲ ସାହୁ, ମୁକେଶ କୁମାର, ଦେବାନନ୍ଦ କୁମାର, ପ୍ରମୋଦ ସାହୁ, ମହାଦେବ ସାହୁ, ଧନୁର୍ଯ୍ୟ ସାହୁ, କେତକୀ ଭୁଏ, ଉଗ୍ରେ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ପରିବେଶ ସୁରକ୍ଷା ନେଇ ବୃକ୍ଷ ରୋପଣ କରିବା ଦ୍ୱାରା ଆଗାମୀ ପିଢ଼ି ଠିକ ଭାବରେ ବଞ୍ଚିବାକୁ ହୋଇପାରିବ, ବୃକ୍ଷ ଆମର ବନ୍ଧୁ, ଗଛ ଟିଏ ରୋପଣ କରିପାରିଲେ ଠିକ ଭାବରେ ବର୍ଷା ହୋଇପାରିବ ଏ ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ତୃତୀୟ ସନ୍ଧ୍ୟା  ଘୁମୁରା, ବଜାଶାଲରେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ 

masiha

ଧର୍ମଗଡ ସହରରେ ରେ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା ସ୍ଥାପନ ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୩୨.୫୪ ଲକ୍ଷ ଟଙ୍କା ମଞ୍ଜୁର

Sunil Chandra Nayak

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!