ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କୃଷି ବଜାର କୁ ନେଇ ପ୍ରଶିକ୍ଷଣ ଶିବିର

ଜାତୀୟ କୃଷି ବଜାର କୁ ନେଇ ପ୍ରଶିକ୍ଷଣ ଶିବିର

 ଗୋଲାମୁଣ୍ଡା ବ୍ଲକ ଉଚ୍ଚଲା ବଜାର ପ୍ରାଙ୍ଗଣରେ ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀ ଓ ବ୍ୟବସାୟୀମାନଙ୍କ ପାଇଁ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଜାତୀୟ କୃଷି ବଜାର ରେ ଯୋଡି ହୋଇ ଭାରତର କୋଣ ଅନୁକୋଣରେ ଆମଦାନୀ ଓ ରପ୍ତାନି କରିପାରିବେ. ଯାହାଦ୍ୱାରା ଚାଷୀ ସେମାନଙ୍କ କଷ୍ଟ ଉପ୍ତାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ପାରିବେ. ବ୍ୟବସାୟୀମାନେ ମଧ୍ୟ ସମସ୍ତ କୃଷି ଜାତ ଦ୍ରବ୍ୟର ଆମଦାନୀ ଓ ରପ୍ତାନି କରି ଚାଷୀ ତଥା ଖାଉଟିଙ୍କ ଚାହିଦା ମୁତାବକ ନେଣଦେଣ ସୁବିଧା ପାଇପାରିବେ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା. କାର୍ଯ୍ୟକ୍ରମ ରେ କୃଷି ଜିଲ୍ଲା ଅଧିକାରୀ ଜାମି ସୂର୍ଯ୍ୟ ରାଓ, ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଗୁଣାକର ନାଏକ,ଧର୍ମଗଡ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଆର୍ଦ୍ଧେନ୍ଦୁ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଶତାଧିକ ଚାଷୀ ଓ ବ୍ୟବସାୟୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଜିଲ୍ଲାରେ ପ୍ରଥମ ଧାନମଣ୍ଡି ଉଦ୍ଘାଟିତ

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ଉମରକୋଟ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!