ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ରେ “ଆୟୁଷ୍ମାନ ଭବ” : ଜିଲ୍ଲା ସ୍ତରୀୟ ଉନ୍ମୋଚନ ବୈଠକ

କଳାହାଣ୍ଡି ଜିଲ୍ଲା ରେ “ଆୟୁଷ୍ମାନ ଭବ” : ଜିଲ୍ଲା ସ୍ତରୀୟ ଉନ୍ମୋଚନ ବୈଠକ

ସ୍ଥାନୀୟ ଜିଲ୍ଲା ଯୋଜନା ଓ ସମନ୍ବୟ କାର୍ଯ୍ୟ।ଳୟର ସଭାଗୃହରେ ଭାରତ ସରକାରଙ୍କ ଧାରଣୀୟ ବିକାଶ ଲକ୍ଷ୍ୟ ୨୦୩୦ ଅନ୍ତର୍ଗତ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଏବଂ ଏଥିପାଇଁ ଜନ ସଚେତନତା ଉପଲକ୍ଷେ “ଆୟୁଷ୍ମାନ ଭବ” ର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ ସ୍ତରରେ ଭର୍ଚୁଆଲ ମୋଡରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହାର ଶୁଭ ଉନ୍ମୋଚନ କରିଛନ୍ତି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଏହାର କାର୍ଯ୍ୟ ଦକ୍ଷତା ଓ ଲକ୍ଷ୍ୟ ଉପରେ କହିଥିଲେ । ଏହି ଅବସରରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ରୂପେ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ସି.ଡି.ଏମ. ଓ ପି.ଏଚ.ଓ ଡଃ ନିହାରେନ୍ଦ୍ର ପଣ୍ଡା , ଡି.ପି.ଏଚ.ଓ ଡଃ ରାଜେଶ ସାହୁ , ବରିଷ୍ଠ ଆଇନଜୀବୀ ଶ୍ରୀ ଜଗନ୍ନାଥ ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ସି.ଡି.ଏମ.ଓ ଡଃ ନିହାରେନ୍ଦ୍ର ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଏହି ଯୋଜନାର ଉଦ୍ଦେଶ୍ୟ , ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟକାରିତା ଓ ଲକ୍ଷ୍ୟ ଉପରେ ସମ୍ୟକ ଧାରଣା ଦେଇଥିଲେ । ସୂଚନା ଅନୁସାରେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପଖୱାଡା ଅନ୍ତର୍ଗତ ସାପ୍ତାହିକ ସ୍ବାସ୍ଥ୍ୟ ମେଳା ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଆରମ୍ଭ ହେବ ଏବଂ ଏହା ବିଭିନ୍ନ ସ୍ବାସ୍ଥ୍ୟସେବା ଓ ଉପକାରିତା ଉପରେ ଜନ ଜାଗରଣ ସୃଷ୍ଟି କରିବ।ପ୍ରଥମ ସପ୍ତାହରେ ଅଣ ସଙ୍କ୍ରାମକ ରୋଗ ଯଥା ଉଚ୍ଚ ରକ୍ତଚାପ , ମଧୁମେୟ , କର୍କଟ,ଦ୍ଵିତୀୟ ସପ୍ତାହରେ ସଂକ୍ରାମକ ରୋଗ ଡେଙ୍ଗୁ , ମ୍ୟାଲେରିଆ , ଯକ୍ଷ୍ମା ଇତ୍ୟାଦି; ତୃତୀୟ ସପ୍ତାହରେ ଶିଶୁ ସ୍ୱାସ୍ଥ୍ୟ , ପ୍ରଜନନ , ପୁଷ୍ଟିପୋଷଣ ଏବଂ ଚତୁର୍ଥ ସପ୍ତାହରେ ମାନସିକ ରୋଗ, ସିକେଲ ସେଲ ରୋଗ, ଚକ୍ଷୁ ଚିକିତ୍ସା ଉପରେ ଗୁରୁତ୍ଵ ଦିଆଯିବ । ଏହି ମେଳାରେ ମେଡିକାଲ କଲେଜ ରେ ବିଭିନ୍ନ ରୋଗର ବିଶେଷଜ୍ଞ ତଥା ଡାକ୍ତର ଙ୍କ ଦ୍ବାରା ରୋଗର ଚିହ୍ନଟ , ନିଦାନ ଓ ଚିକିତ୍ସା ର ବ୍ୟବସ୍ଥା କରାଯାଇଛି । 

ସେଭଳି ଆସନ୍ତା ୨ ଅକ୍ଟୋବର ରେ ପ୍ରତ୍ୟେକ ଗ୍ରାମରେ ଓ ସହର ଅଞ୍ଚଳରେ ୱାର୍ଡ ମାନଙ୍କରେ ସଭା କରାଯାଇ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା , ଆୟୁଷ୍ମାନ କାର୍ଡ , ଆଭା ଆଇଡି , ସିକିଲ ସେଲ ରୋଗ , ଟୀକାକରଣ , ଯକ୍ଷ୍ମା ରୋଗ ଚିହ୍ନଟ ର ବ୍ୟବସ୍ଥା କରାଯିବ । ଏହି ସେବା ପଖୱାଡା କାର୍ଯ୍ୟକ୍ରମ ମଧ୍ୟରେ ସମସ୍ତ ସଦର ଡାକ୍ତରଖାନା , ପି.ଏଚ.ସି , ସି.ଏଚ.ସି ମାନଙ୍କରେ ସ୍ବଚ୍ଛ ଅଭିଯାନ , ଅଙ୍ଗଦାନ ଶପଥ କାର୍ଯ୍ଯକ୍ରମ ଏବ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ । 

 ସାଂସଦ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ‘ସର୍ବେ ସନ୍ତୁ ନିରାମୟ’ ବାଣୀ ଉଚ୍ଚାରଣ କରି ଏହି ମହାନ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଭାଗିତା ସହ କେନ୍ଦ୍ର ଦ୍ଵାରା ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ଅବତାରଣ କରି ଜିଲ୍ଲାରେ ମେଡିକାଲ କଲେଜ , କ୍ରିଟିକାଲ କେୟାର ସେଣ୍ଟର , ଟ୍ରାଉମା କେୟାର ସେଣ୍ଟର , ନୂତନ ସି.ଏଚ.ସି , ପି.ଏଚ.ସି , ଅକ୍କ୍ଶିଜେନ ପ୍ଳାଣ୍ଟ , କ୍ୟାନ୍ସର କେୟାର ହସ୍ପିଟାଲ ତଥା ମିଶନ ଇନ୍ଦ୍ରଧନୁଷ ଉପରେ ତଥ୍ୟ ରଖିଥିଲେ । ଜିଲ୍ଲାରେ ଜନଔଷଧି କେନ୍ଦ୍ର ଯଥାଶୀଘ୍ର ବ୍ୟବସ୍ଥା କରି ଗରିବ ଲୋକଙ୍କୁ ଅତି ଅଳ୍ପମୂଲ୍ୟରେ ଔଷଧ ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ସି ଡି ଏମ ଓ ଙ୍କୁ କହିଥିଲେ । ଏହି “ଆୟୁଷ୍ମାନ ଭବ” କାର୍ଯ୍ୟକ୍ରମର ଓଡିଆ ଭାଷାରେ ଲିଫଲେଟ କରାଯାଇ ସମସ୍ତ ୱାର୍ଡ ମେମ୍ବର , ସରପଞ୍ଚ , ସମିତି ସଭ୍ଯ , ଜିଲ୍ଲା ପରିଷଦ ସଭ୍ଯଙ୍କୁ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟର ସହଯୋଗରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସ୍କିମ ର ପ୍ରଶଂସା କରି ଏହା ଯେଭଳି ଦୁର୍ଗମ ପାହାଡ ଅଞ୍ଚଳରେ ବାସ କରୁଥିବା ଜନଜୀବନକୁ ସେବା ପ୍ରଦାନ କରିପାରିବ ତା’ ଉପରେ ଦ୍ରୁଷ୍ଟି ଦେବାକୁ କହିଥିଲେ । ବରିଷ୍ଠ ଆଇନଜୀବୀ ଶ୍ରୀ ଜଗନ୍ନାଥ ମୁଣ୍ଡ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ଅତି ଉନ୍ନତମାନର ହେଉଛି ଓ ଏହାର ଉପକାର କିଭଳି ଲୋକ ପାଆନ୍ତୁ ଏବଂ ସୁଯୋଗ ନେବାକୁ ବ୍ୟାପକ ପ୍ରଚାର ପ୍ରସାର ର ଆବଶ୍ୟକ କହିବା ସହ “ ଅଙ୍ଗଦାନ କାର୍ଯ୍ୟକ୍ରମ” ରେ ନିଜେ ପ୍ରଥମେ ମରଣୋତ୍ତର ଅଙ୍ଗଦାନ କରିବାକୁ ସଭାରେ ନିଜର ଇଚ୍ଛା ଜାହିର କଲେ । 

 ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ନିକ୍ଷୟ ମିତ୍ର ଭାବେ ବେଦାନ୍ତ ଆଲୁମିନା , ଉତ୍କଳ ଆଲୁମିନା ଏବଂ ସ୍ୱାସ୍ଥ୍ୟ ସ୍ବରାଜ ଅନୁଷ୍ଠାନ ର ଯକ୍ଷ୍ମାରୋଗୀଙ୍କୁ ସହାୟତା ଦେବା, ଜିଲ୍ଲାରେ ସର୍ବାଧିକ ୩୦ ୟୁନିଟ ରକ୍ତଦାନ କରିଥିବା ଶ୍ରୀ ରାଜେଶ ଗଉଡଙ୍କୁ , ଏନକ୍ଯୁଅସ ଡାକ୍ତରଖାନା ସାର୍ଟିଫିକେଟ ପାଇଥିବା ଦେପୁର ଏବଂ ଦାଦପୁର ସ୍ବାସ୍ଥ୍ୟକେନ୍ଦ୍ରକୁ , ଶ୍ରେଷ୍ଟ ଏନ୍ ସି ଡି ସ୍କ୍ରିନିଂ ବ୍ଲକ୍ ଭାବେ ବୋର୍ଡା ଏବଂ ସିକିଲ ସେଲ୍ ମିଶନ ହିତାଧିକାରୀ ୩ ଜଣଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ । ସଭାରେ ସହରର ସଚେତନ ନାଗରିକ , ବିଭାଗୀୟ ଅଧିକାରୀ , ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ , ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଡି.ପି.ଏମ ( ଏନ.ଏଚ.ଏମ ) ଅବନୀ ରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଙ୍ଗଳା ଗୁଡା କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କ ନିକଟରେ ନିବେଦନ

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

masiha

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

Leave a Comment

error: Content is protected !!