ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

କୋକସରା,୧୨/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ଶିକ୍ଷକତା କରୁଥିବା ଜନ୍ମେଜୟ ପ୍ରଧାନୀଙ୍କ ରବିବାର ରାତିରେ ଜୁନାଗଡର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ସୋମବାର ତାଙ୍କ ମୃତଦେହ ନିଜ ଗାଁକୁ ପହଞ୍ଚିବା ପରେ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିବା ପରେ ଗାଁ ମଶାଣୀରେ ତାଙ୍କ ପୁତ୍ର ଅଙ୍କିତ କୁମାର ପ୍ରଧାନୀ ମୁଖାଗ୍ନି ଦେବାସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଶବଧାରରେ ବହୁ ସଂଖ୍ୟକ ଆତ୍ମୀୟ ସ୍ୱଜନ, ସହକର୍ମୀ ମାନେ ଉପସ୍ଥିତ ରହି ଶେଷ ବିଦାୟ ଦେଇଥିଲେ । ସେ ଦୀର୍ଘ ବର୍ଷ ହେବ ବୋବରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରହି ଜଣେ କର୍ତ୍ତବ୍ୟରତ, ନିଷ୍ଠାପର, ମେଳାପୀ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଶିକ୍ଷକ ସଂଘ ଓ ସ୍କୁଲ ପକ୍ଷରୁ ନିରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

masiha

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

Sunil Chandra Nayak

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

masiha

Leave a Comment

error: Content is protected !!