ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଦଫା ଦାବି ପୂରଣ ନେଇ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା

୩ ଦଫା ଦାବି ପୂରଣ ନେଇ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା

ଲାଞ୍ଜିଗଡ଼, ୧୩।୦୯(ମନିସ): ସାମୂହିକ ଛୁଟି ନେଇ ଗଣଧାରଣାରେ ବସିଛନ୍ତି ଲାଞ୍ଜିଗଡ଼ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ। ବିଶ୍ଵନାଥପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ ପକେଇ ଧାରଣାରେ ବସିଛନ୍ତି ଶିକ୍ଷକ ସମୂହ। ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଘୋଷଣା କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ସହ ମୂଳ ଚାକିରିରେ ଗଣନା କରିବା, ଏକ୍ସ କେଡର, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଗ୍ରେଡ ପେ ୪୨୦୦ ଅନୁସାରେ ପ୍ରଦାନ ଓ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବାକୁ ଦାବି ନେଇ ଗଣଧାରଣାରେ ବସିଛନ୍ତି ଲାଞ୍ଜିଗଡ଼ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ମତ ରଖିଛନ୍ତି ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୁଃଶାସନ ଦାସ, ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, କଳାହାଣ୍ଡି ଜିଲ୍ଲା ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସ ପ୍ରମୁଖ। ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ଉପ ସଭାପତି ଏମ୍ ସୁନ୍ଦର ଶେଖର, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ନାୟକ, ବ୍ଲକ୍ ସଂଯୋଜକ ତପନ କୁମାର ଭୋଇ, ଯୁଗ୍ମ ସମ୍ପାଦକ ସୌଭାଗ୍ୟ ରଞ୍ଜନ ସାହୁ, ରତ୍ନାକର ଦୋରା, ଚନ୍ଦନ ସାହୁ, ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସୁନା, ସୁବାସ ନାୟକ, ପ୍ରଭାତ ପାଠୀ, ଗଣେଶ୍ୱର ଠେଲା, ଏମ୍ଏଲ୍ଇ ସଂଘ ସଭାପତି ଜଳନ୍ଧର ମାଝୀ, ବ୍ଲକର ସମସ୍ତ ସିଆରସିସି, ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଆନ୍ଦୋଳନ ଜାରି ରଖିଛନ୍ତି।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ପାଞ୍ଚଛକ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ରେ ବାଲ୍ ଗ୍ରାମସଭା ଅନୁଷ୍ଠିତ 

masiha

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

masiha

Leave a Comment

error: Content is protected !!