ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ 

ବୌଦ୍ଧ :-14/9:-(ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଁଚିଛି l ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘ ଡାକରା କ୍ରମେ ଗତ କାଲି ଠାରୁ ବୌଦ୍ଧ ଜିଲ୍ଲାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଅଛନ୍ତି l ଜିଲ୍ଲା ଅଣ ଗେଜେଟେଡ଼ କର୍ମଚାରୀ ସଂଘର ଚେୟାରମ୍ୟାନ ରେଜେନ୍ଦ୍ର ମହାପାତ୍ର, ସଭାପତି ଜିତେନ୍ଦ୍ର ମିଶ୍ର ଏବଂ ସମ୍ପାଦକ ତାପସ କୁମାର ମିଶ୍ର ଉକ୍ତ ଧାରଣାରେ ଉପସ୍ଥିତ ରହି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇ ଏନଜିଓ ସିସି ସହଯୋଗ କରୁଥିବା ଘୋଷଣା କରିଥିଲେ l ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ସମ୍ବିତ ପଟ୍ଟନାୟକ, ଆର ବି ଓ ସିଦ୍ଧାନ୍ତ ଶେଖର ପତି ଓ ଫିଲଡ ଅଫିସର ସୁବ୍ରତ ସୁରେନ ଉପସ୍ଥିତ ରହି ଧାରଣାକୁ ସହଯୋଗ କରିବାକୁ ଘୋଷଣା କରିଥିଲେ l ଜିଲ୍ଲା ସଭାପତି ଦିଲୀପ କୁମାର ପ୍ରଧାନ, ରାଜ୍ୟ ସଂଘ ଉପ ସଭାପତି ଶମ୍ଭୁ ଗିରି, ଜିଲ୍ଲା ସମ୍ପାଦକ ମହେଶ ସେଠି, ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଉପସଭାପତି ଅଶୋକ ଘିବେଲା, ପ୍ରତାପ ପ୍ରଧାନ, ସମ୍ପାଦକ ଉତ୍ତମ ନାୟକ,ଏକ୍ସ କେଡର ସଂଘ ସଭାପତି ବିରେନ ଦାସିଆ, ସୁଶାନ୍ତ ଅମାତ ଙ୍କ ସହିତ ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ସ୍ୱାଧୀନ ପ୍ରଧାନ, କମ୍ଭୁ ପାଣି ମଲ୍ଲିକ,ରମାକାନ୍ତ ବେହେରା,ରଂଜିତା ମିଶ୍ର, ରେଣୁପ୍ରଭା ବେହେରା, ମିନା ପ୍ରଧାନ, ଶାନ୍ତିଲତା ମଲ୍ଲିକ, ସଭାଗିନୀ ଦାଶ, ଝୁନୁ ପରିଡା, ରିତାରାଣୀ ପାଣିଗ୍ରାହୀ, ବସନ୍ତ ବିଶ୍ୱାଳ, ରଶ୍ମିରଂଜନ ଦାଶ, ପ୍ରଶାନ୍ତ ଝଙ୍କାର, ରବୀନ୍ଦ୍ର ମେହେର, ନିରଞ୍ଜନ ମେହେର, ସନତ କୁମାର ବାରିକ, ପ୍ରଦୀପ କୁମାର ସାହୁ ଙ୍କ ସମେତ ଶତାଧିକ ଶିକ୍ଷକ ଧାରଣାରେ ବସିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବି. ମାଳିଗୁଡା ଲୋକକଳା ଗ୍ରାମରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ

masiha

ବାଲିଆପାଳ ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାନ୍ତିଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!