ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଟ ଓ ମୂର୍ତ୍ତି ଯୋଗାଇ ଦେଉଛି ରୋଜଗାର 

ଆର୍ଟ ଓ ମୂର୍ତ୍ତି ଯୋଗାଇ ଦେଉଛି ରୋଜଗାର 

ଡାବୁଗାଁ, ୧୫/୯ (ମ.ନି.ସ.)- ଓଡିଆ ଆମେ ଓଡିଆ ହୋଇଥିବା ବେଳେ ଆମ ଓଡିଆଙ୍କ ର ବର୍ଷ ର ବାରମାସ ୧୩ ପର୍ବପର୍ବାଣୀ ପାଳନ କରିବା ସହିତ ଅନେକ ଦେବାଦେବୀଙ୍କ ଉପାସନା ମଧ୍ୟ କରିଥାନ୍ତି | ଯେଉଁଥିପାଇଁ କି ତାଙ୍କୁ ଅନେକ ସମୟରେ ବିଭିନ୍ନ ଦେବାଦେବୀ ପ୍ରତିମା ତଥା ମୂର୍ତ୍ତି ର ଆବଶ୍ୟକ ପଡିଥାଏ | ଫଳରେ ଅନେକ ମୂର୍ତ୍ତିକାର ତଥା ଚିତ୍ରଶିଳ୍ପୀ ବର୍ଷ ତମାମ ବିଭିନ୍ନ ଦେବାଦେବୀ ଙ୍କ ମୂର୍ତ୍ତି ତିଆରି କରି ବେଶ ଦୁଇ ପଇସା ରୋଜଗାର କରିବା ସହ ନିଜ ତଥା ପରିବାର ର ପ୍ରତିପୋଷଣ କରିଥାନ୍ତି | ଏମିତି ଏକ ମୂର୍ତ୍ତିକାର ହେଉଛନ୍ତି ଡାବୁଗାଁ ର ତିରୁପତି ଜେନା |ସେ ବର୍ଷର ବାରମାସ ବିଭିନ୍ନ ଦେବାଦେବୀ ଙ୍କ ମୂର୍ତ୍ତି ତିଆରି କରି ତାଙ୍କୁ ବିକ୍ରୟ କରି ବେଶ ଦୁଇ ପଇସା ରୋଜଗାର କରନ୍ତି ଓ ପରିବାର ପ୍ରତିପୋଷଣ କରନ୍ତି, ଏତଦ୍ ବ୍ୟତୀତ ଆର୍ଟ ସବୁବେଳେ କରିବାକୁ ପଡିଥାଏ | ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ସଦର ଜୟନ୍ତୀ ନଗର ରେ ନିଜ ପରିବାର ସହିତ ବସବାସ କରନ୍ତି | ପରିବାରରେ ସ୍ତ୍ରୀ ଙ୍କ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ ଙ୍କୁ ମିଶେଇ ଚାରି ସଦସ୍ୟ | ପୁଅ, ଝିଅ ପାଠ ପଢୁଥିବା ବେଳେ ୨ ଜଣ ଶ୍ରମିକ ରଖି ମୂର୍ତ୍ତି ତିଆରି କରି ଥାଆନ୍ତି l ସେ ଗଣେଶ, ଲକ୍ଷ୍ମୀ, ବିଶ୍ୱକର୍ମା, ସରସ୍ଵତୀ ଆଦି ବିଭିନ୍ନ ମୂର୍ତ୍ତି ତିଆରି କରି ବାର୍ଷିକ ବେଶ ଦୁଇ ପଇସା ରୋଜଗାର କରୁଥିବା ତିରୁପତି କୁହନ୍ତି | ତାଙ୍କ ହାତ ନିର୍ମିତ ମୂର୍ତ୍ତି ସବୁ ଜୀବନ୍ତ ପରି ପରିଲକ୍ଷିତ ହୁଏ |ତାଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ସବୁ ବିଭିନ୍ନ ଆକୃତିର ହୋଇଥିବାରୁ ବଜାରରେ ତାଙ୍କର ମୂର୍ତ୍ତି ର ଚାହିଦା ବେଶି ରହୁଛି | ଉକ୍ତ କଳା ପିଲାଟି ବେଳୁ ରହିଥିବା ଯୋଗୁଁ ମୂର୍ତ୍ତି ଗଢ଼ିବା ନେଇ କୌଣସି ଅସୁବିଧା ହେଉନାହିଁ l ଜିଲାର ଡାବୁଗାଁ, ଝରୀଗାଁ, ପାପଡାହାଣ୍ଡି, କୋଷଗୁମୁଡା, ଉମରକୋଟ, ରାଇଘର ଅନ୍ୟାନ୍ୟ ବ୍ଲକ ସବୁରୁ ଲୋକେ ଆସି ମୂର୍ତ୍ତି କିଣି ନେଉଥିବା ତିରୁପତି କୁହନ୍ତି | ଦୀର୍ଘ ବର୍ଷ ଧରି ସେ ମୂର୍ତ୍ତି ତିଆରି କରୁଛନ୍ତି ଓ ଏହି କାମରେ ଶ୍ରମିକ ରଖି ସେ ନିଜେ ମନଯୋଗ ଦେଉ ଥିବାରୁ ତାଙ୍କୁ କୌଣସି ଅସୁବିଧା ହେଉନଥିବା ସେ କୁହନ୍ତି | ଏ ବର୍ଷ ଏଇ ଗଣେଶ ପୂଜା ସିଜିନରେ ଛୋଟ ବଡ ତିନି ଶହ ମୂର୍ତ୍ତି ତିଆରି କରିଛନ୍ତି l ଏହି କାରିଗରଙ୍କ ପାଇଁ ପ୍ରଶାସନ ତରଫରୁ କିଛି ସହାୟତା ମିଳନ୍ତା, ତାହେଲେ ସେ ଆହୁରି ଆଗକୁ ବଢ଼ି ପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଡ ଘଣ୍ଟି ମା ମଙ୍ଗଳା ମନ୍ଦିର କୁ ସମାଜସେବୀ ଯୁବକ କଲେ ଦାନ 

Sunil Chandra Nayak

ଦଶପୁର ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ୍ୟୁ

masiha

ନୂଆପଡ଼ା ଜିଲ୍ଲା କୁ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଙ୍କ ଗସ୍ତ

masiha

Leave a Comment

error: Content is protected !!