ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ଗୀତିକବି ସମାଜର ବାର୍ଷିକୋତ୍ସବ

ରାଉରକେଲା/ ଉତ୍କଳ ଗୀତିକବି ସମାଜ ତରଫରୁ ଓଡିଶାର ମହାନ ଭକ୍ତକବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ସଂଗଠନର ବିଂଶତମ ବାର୍ଷିକୋତ୍ସବ ଜଗଦା ସ୍ଥିତ ମା ବାଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଭୋଳେଶ୍ବର ବେହେରା ଙ୍କ ଆବାହକତ୍ବ ଓ ଉପସଭାପତି ରାମକୃଷ୍ଣ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଆଲୋକ ରଂଜନ ମଲ୍ଲିକ ମୁଖ୍ୟଅତିଥି ଅତିଥି, ସମ୍ମାନିତ ଅତିଥି ଭାବେ ଜାତୀୟ ସୁରକ୍ଷା ସମିତିର ସଂପାଦକ ମଧୁସୂଦନ ମୋହିନୀ, ଆରଏସପିର ପ୍ରାକ୍ତନ ଉପମହାପ୍ରବନ୍ଧକ ଇଂ ପ୍ରତାପ କୁମାର ରାୟ ଓ ଭଞ୍ଜ କଳାକେନ୍ଦ୍ରର ସାଧାରଣ ସଂପାଦକ ରାଧାକୃଷ୍ଣ ମହାପାତ୍ର ତଥା ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଜୟଦେବଙ୍କ କୃତିଓ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଅତିଥିଗଣ ଓ ମୁଖ୍ୟବକ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ମହାନ ଭକ୍ତକବି ଶ୍ରୀ ଜୟଦେବ ଉତ୍କଳୀୟ ସଂସ୍କୃତିର ଏକ ମହାର୍ଘ ସଂପତ୍ତି । ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଜୟଦେବ ଓଡିଶାରେ ଏକ ପ୍ରାତଃସ୍ମରଣୀୟ ନାମ। ଭାରତୀୟ ସାହିତ୍ୟରେ ଯେଉଁ କେତେକ କାବ୍ୟ କାଳଜୟୀ ହୋଇପାରିଛି, ସେଥିମଧ୍ୟରୁ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଏକ କାଳଜୟୀ ମହାକାବ୍ୟ। ଏହା ତାଙ୍କର ବାଗ୍ମେୟ ସୃଷ୍ଟି । ସାହିତ୍ୟ ହେଉଛି ବିମୁଗ୍ଧ ଉଚ୍ଚାରଣ। ଗୀତଗୋବିନ୍ଦ ଶୁଣିଲେ ମନରୁ ହତାଶ ଦୂରେଇ ଯାଇ ଏକାଗ୍ରତା ଆସେ। ଏହି ଅବସରରେ ଡାକ୍ତର ଗୀତାଞ୍ଜଳୀ ପତ୍ରୀ ଓ ବାସନ୍ତୀ ଦାସଙ୍କୁ ଶ୍ରୀ ଶ୍ରୀ ଜୟଦେବ ସମ୍ମାନ ଓ ବିନୋଦିନୀ ନନ୍ଦଙ୍କୁ ଗୀତିକବି ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚତୁର୍ଦ୍ଦଶ ସଂଖ୍ୟା ଗୀତ ଚନ୍ଦନ, ଅଭିରାମ ରାଉତରାୟଙ୍କ ପ୍ରଣମ୍ୟ ତଥା ସ୍ନେହଲତା ରଣାଙ୍କ ବନପ୍ରଭା କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅଜୟ ପାଣି ଓ ସ୍ମିତା ପାଣି ଜୟଦେବଙ୍କ ସଂଗୀତକୁ ପ୍ରାରମ୍ଭିକ ସଂଗୀତ ଭାବେ ଗାନ କରିଥିବାବେଳେ ସଭାପତି ଶ୍ରୀ ସାହୁ ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନର ଗୀତିକବିତା ପ୍ରତି ପ୍ରତିବଦ୍ଧତା କୁ ଦୋହରାଇଥିଲେ। ସଂପାଦକ ଶ୍ରୀ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଇଂ ବିଜୟ ସେନାପତିଙ୍କ ସଭାପତିତ୍ବ, କବି ସୁସ୍ମିତା ମହାପାତ୍ର ଓ ହରପ୍ରିୟା ସାମଲଙ୍କ ସୁସଂଯୋଜନା ରେ ଶତାଧିକ କବି କବିତା ପାଠ କରିଥିଲେ । ଶେଷରେ ସଂଗଠନ ସଂପାଦକ ଅଧ୍ୟାପକ କମଳାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କବି ଓ ସାହିତ୍ୟିକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିବାବେଳେ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗଗନ ବିହାରୀ ନାୟକ, ପ୍ରକାଶ ଚନ୍ଦ୍ର ସେଠୀ, ଅଭିରାମ ପ୍ରଧାନ, ଦେବରାଜ କିଶାନ, ଉପେନ୍ଦ୍ର ବସ୍ତିଆ, ଶ୍ରେୟସି ସାହୁ, ସୁମିତ୍ରା ମିଶ୍ର, ପ୍ରିୟଦର୍ଶନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

Elephant Movement Tracked in Kalyansinghpur Range of Rayagada Forest Division

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ନୂତନ ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵ ଗ୍ରହଣ

ବଡଓଲମା ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

masiha

Leave a Comment

error: Content is protected !!