ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

ରାୟଗଡ଼ ୧୬/୯ ଜିଲ୍ଲା ପ୍ରଶାସନ, ରାୟଗଡ଼ ୟୁନିସେଫ ଓ ଆକ୍ସନ ଏଡର ମିଳିତ ଆନୁକୁଲ୍ୟରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତ କରିବା ନିମନ୍ତେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡ଼ ପରିସରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ର କିଶୋରୀ ବାଳିକା ମାନଙ୍କୁ ନେଇ ଏକ ଅଣ ପାରମ୍ପରିକ କ୍ରୀଡାର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ରଇତଙ୍କ ଦ୍ଵାରା ଏହି ଅଣ ପାରମ୍ପରିକ କ୍ରୀଡା ଉଦଘାଟିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୨୫ ଜଣ କିଶୋରୀ ବାଳିକା ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରଇତ ନିଜର ବକ୍ତବ୍ୟରେ ସମାଜରେ ପୁରୁଷ ମହିଳାଙ୍କ ମଧ୍ୟରେ ଥିବା ବିଭେଦତାର ସମାନତାର ବାର୍ତ୍ତା ଏହି କ୍ରୀଡା ମାଧ୍ୟମରେ ସମାଜକୁ ଯାଉଥିବାର ସୂଚନା ଦେଇଥିଲେ । ପରିବାର ସମାଜ ତଥା ବିଭିନ୍ନ ସ୍ତରରେ କିଶୋରୀ ମାନଙ୍କ ପ୍ରତି ଥିବା ବିଷମତାକୁ ସମାନତାରେ ପରିଣତ କରିବା ପାଇଁ ଖେଳ ଏକ ଉତ୍ତମ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ । ଖେଳର ମୁଖ୍ୟ ଉଦ୍ଦେଶ୍ୟ ଅନ୍ଯତମ ଅତିଥି ଭାବରେ ଯୋଗଦେଇ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ କହିଲେ ଯେ ଖେଳ ମାଧ୍ୟମରେ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ସଶକ୍ତିକରଣର ବାର୍ତ୍ତା ନେଇ ଏହି ଅଣ ପାରମ୍ପରିକ କ୍ରୀଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ପୁଅ ମାନଙ୍କ ସମତୁଲ ବିଜୟୀ କିଶୋରୀ ମାନେ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶିତ କରିବା ସହିତ ଲିଙ୍ଗୀୟ ସମାନତାର ବାର୍ତ୍ତା ଏହା ମାଧ୍ୟମରେ ଜନ ସମାଜକୁ ଦେଉଛନ୍ତି । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସେଖ ଅଲି ନୁର ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଳକ ମାନଙ୍କ ଠାରୁ ବାଳିକା ମାନେ କୌଣସି ଗୁଣରେ ପଛରେ ନ ଥିବା ବିଷୟ ଉପରେ ଆଲୋକ ପାତ କରିବା ସହିତ ପୂର୍ବରୁ ପୁରୁଷ ମାନେ ଯେଉଁ ସବୁ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ ଆଜି ମହିଳା ମାନେ ସେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଛନ୍ତି । 

ଏହିଭଳି ଖେଳ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କରିବା ପାଇଁ ପରାମର୍ଶ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ଭରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ପ୍ରତାପ କୁମାର ଦାଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନାକ୍ଷୀ ଦାଶ, ଶାରୀରିକ ଶିକ୍ଷା ପରିଦର୍ଶକ ହରିହର ପାତ୍ର, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଆକ୍ସନ ଏଦ ର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁଙ୍କ ସମେତ ଜିଲ୍ଲାର ୧୨ଟି ବିଦ୍ୟାଳୟର ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଏହି ଅଣ ପାରମ୍ପରିକ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ଏପ୍ରିଲ ୨ ତାରିଖରୁ

masiha

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

masiha

ବଡପଳଶାରେ ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ

Sunil Chandra Nayak

Leave a Comment

error: Content is protected !!