ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ(ମ ସୀ ହା ) ୧୬/୦୯/୨୩_ପୂର୍ବାହ୍ଣ ୧୦ ଘଟିକା ସମୟରେ ବିଦ୍ୟାଳୟର ସଭାଗୃହରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ଛାତ୍ର ଓଡ଼ିଶାର ସ୍ଵନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ବର୍ଗତଃ ବିମଳ କିଶୋର ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ପ୍ରଦତ୍ତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର/ଛାତ୍ରୀ ସମ୍ମାନ ୨୦୨୨ ମସିହା ପାଇଁ ଛାତ୍ର ରାଜେନ୍ଦ୍ର କୁମାର ସାହୁ ଓ ୨୦୨୩ ମସିହା ପାଇଁ ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ଶୁଭସ୍ମିତା ସାହୁଙ୍କୁ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ପ୍ରଦାନ କରିଛନ୍ତି। ଉଭୟ ଛାତ୍ର,ଛାତ୍ରୀ ବିଗତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୨ ଓ ୨୦୨୩ ରେ ବିଦ୍ୟାଳୟସ୍ତରରେ ସର୍ବାଧିକ ନମ୍ବର ରଖି ଏ-୧ ଗ୍ରେଡ଼ ହାସଲ କରି ଉକ୍ତ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ବିଦ୍ୟାଳୟକୁ ଆସି ନିରାଡ଼ମ୍ବର ଭାବରେ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ଭାବରେ ଛାତ୍ର ରାଜେନ୍ଦ୍ର କୁମାର ସାହୁ ଓ ଛାତ୍ରୀ ସୁଶ୍ରୀ ଶୁଭସ୍ମିତା ସାହୁଙ୍କୁ ସ୍ଵୀୟ ପରିବାର ସୌଜନ୍ୟରୁ ଏହି ସମ୍ମାନ ବାବଦରେ ଉଭୟଙ୍କୁ ଗୋଟିଏ ରନିଂ ଟ୍ରଫି, ପାଞ୍ଚ ହଜାର ଟଙ୍କାର ଗୋଟିଏ ଗୋଟିଏ ଚେକ, ଗୋଟିଏ ଗୋଟିଏ ମେଡାଲ ଏବଂ ସ୍ବର୍ଗତଃ ବିମଳ ମିଶ୍ରଙ୍କ ଜୀବନ ଚରିତ ‘ଅବିଚଳ ବିମଳ’ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସେ ପୂର୍ବ ବର୍ଷ ପରି ବିଦ୍ୟାଳୟ ପାଠାଗାରକୁ ମଧ୍ୟ ସ୍ୱରଚିତ ବକ୍ସି ପୁସ୍ତକ ସମେତ ତାଙ୍କଦ୍ୱାରା ଲିଖିତ ଅନ୍ୟାନ୍ୟ ପୁସ୍ତକ ସବୁ ପ୍ରଦାନ କରିଥିଲେ।ସ୍ଵୀୟ ଅଭିଭାଷଣରେ ମୁଖ୍ୟ ଅତିଥି ଜଷ୍ଟିସ ମିଶ୍ର କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ,କର୍ମହିଁ ଉପାସନା ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି ବୋଲି ଦୃଢ଼ ମତପୋଷଣ କରିଥିଲେ ।ସମସ୍ତେ ଭଲ ମଣିଷ ହେବାକୁ ସଦା ଚେଷ୍ଟିତ ହେବାକୁ ସେ ଦୃଢ଼ ଆହ୍ୱାନ ଜଣାଇଥିଲେ।ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ନିଆଯାଇଥିବ ପଦକ୍ଷେପ ସବୁକୁ ଦେଖି ସେ ଆତ୍ମହରା ହୋଇଯାଇ ଏହା ତାଙ୍କର ହୃଦୟକୁ ଛୁଇଁ ପାରିଛି ବୋଲି ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ) କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିବା ସଙ୍ଗେ ସଙ୍ଗେ ପୁରସ୍କାର ପ୍ରଦାନ ଉତ୍ସବର ସଫଳତା କାମନା କରି ବରିଷ୍ଠ ସହକାରୀ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କୁ ସଭାପତି ଭାବରେ ସଭାପରିଚାଳନାର ଦାୟିତ୍ଵ ପ୍ରଦାନ କରି ହିନ୍ଦୋଳ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବରେ ସେଠାରେ ଥିବା ଓସ୍ୱାନ୍ ସଭାଗୃହରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଆହୂତ ଜରୁରୀ ଆଭାସୀ ବୈଠକରେ ଯୋଗଦାନ କରିବାକୁ ଯାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ପୌରପରିଷଦର ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ ଛାତ୍ର ମାନଙ୍କୁ ପାଠ ପଢ଼ା ସହିତ ବୌଦ୍ଧିକ, ଆତ୍ମିକ ଓ ଚାରିତ୍ରିକ ବିକାଶ ପାଇଁ ଶିକ୍ଷୟିତ୍ରୀ,ଶିକ୍ଷକ ତଥା ଅଭିଭାବିକା, ଅଭିଭାବିକ ମାନେ ଚେଷ୍ଟିତ ହେଲେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ। 

ସଭା ପ୍ରାରମ୍ଭରେ ପଞ୍ଚସଖା, ବ୍ରଜନାଥ, ନୃସିଂହ କାନୁନଗୋ, ନେତାଜୀ,ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଓ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଶତାୟୁ ଅନୁଷ୍ଠାନର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥିଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଛାତ୍ରୀମାନେ ହୃଦୟସ୍ପର୍ଶୀ ଦେଶାତ୍ମବୋଧକ ସଂସ୍କୃତ ସଙ୍ଗୀତ “ସର୍ବେଷାମ୍ ନୋ ଜନନୀ ଭାରତ..” ଗାନ କରିଥିଲେ।ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ ଦାୟିତ୍ୱରେ ଥିବା ୧୯୮୦ ମସିହା ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ସହକାରୀ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମ ସଂଯୋଜନା ,ସଭାରେ ପୌରୋହିତ୍ୟ ଓ ସଭା ପରିଚାଳନା କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣ ମାଧ୍ୟମରେ ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ସମ୍ୟକ ସୂଚନା ଦେବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଉନ୍ନତ ମାନର ଶିକ୍ଷାବ୍ୟବସ୍ଥା, ନିଜ ଜୀବନର ଲକ୍ଷ ଓ ଆଦର୍ଶ,ଏହାକୁ ସାକାର କରି ଜୀବନରେ ସଫଳତା ହାସଲର ମାର୍ଗ ଓ ଭବିଷ୍ୟତରେ ଜଣେ ଆଲୁମିନି ଭାବରେ ବିଦ୍ୟାଳୟ ପ୍ରତି ନିଜର ଦାୟିତ୍ୱ ତଥା କର୍ତ୍ତବ୍ୟ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟମାଧ୍ୟମରେ ନିଜର ମନୋଭାବ ପ୍ରକାଶ କରିଥିଲେ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଆଲୁମିନି ଆସୋସିଏସନର ଅନ୍ୟତମ ସ୍ବେଚ୍ଛାସେବୀ ବରିଷ୍ଠ ଆଇନଜୀବୀ ଶିବସାଇ ମହାପାତ୍ର ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥିଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟର ସମସ୍ତ ଛାତ୍ରୀ,ଛାତ୍ର,ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମାତା ରଶ୍ମିତା ସାହୁ ଓ ମମତା ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ ଓ ଅନ୍ୟାନ୍ୟ ସଭ୍ୟା,ସଭ୍ୟ,ଅଭିଭାବିକା, ଅଭିଭାବକ, ଆଲୁମିନି ଆସୋସିଏସନର ଅନ୍ୟତମ ସ୍ବେଚ୍ଛାସେବୀ ଶିବସାଇ ମହାପାତ୍ର,ବିଶେଶ୍ୱର ମିଶ୍ର, ଦୀପ୍ତିରଞ୍ଜନ ସେଠୀ, ସାମାଜିକ କର୍ମୀ ନିରାକାର ପରିଡ଼ା,ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥି, ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ଦୀପ୍ତିଶ କୁମାର ଶତପଥି,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲେ ଖଇରା ସରକାରୀ ଖୁଚୁରା ବିକ୍ରେତା ମାନେ

masiha

ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

masiha

ଜୁନାଗଡ଼ କନ୍ୟାଶ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!