ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ ରେ

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ ରେ

ରାଉରକେଲା/ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନୀ, ଓଡିଆ ଭାଷା ଓ ଓଡିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ସେକ୍ଟର ୫ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖ ରବିବାର ଦିନ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବ। ଏହି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ‘କ’ ବିଭାଗ ୪ର୍ଥ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ସକାଳ ୯ଟା ରୁ ୯ଟା ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରବନ୍ଧ ପ୍ରତିଯୋଗିତା ( ସତ୍ୟବାଦୀ ବନ ବିଦ୍ୟାଳୟ ଗଠନରେ ଗୋପବନ୍ଧୁଙ୍କ ଭୂମିକା), ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା ସକାଳ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ତଥା ବକ୍ତୃତା ପ୍ରତିଯୋଗିତା( ବିଷୟ: ଦୀନବନ୍ଧୁ ଗୋପବନ୍ଧୁ) ସଧ୍ୟା ୫ଟା ୩୦ ମିନିଟ୍ ରୁ ୬ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ‘ଖ’ ବିଭାଗ ୮ମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯ଟାରୁ ୯ଟା ୪୫ ପର୍ଯ୍ୟନ୍ତ ପ୍ରବନ୍ଧ ପ୍ରତିଯୋଗିତା ( ବିଷୟ : ସ୍ବତନ୍ତ୍ର ଓଡିଶା ଗଠନରେ ଗୋପବନ୍ଧୁଙ୍କ ଭୂମିକା), ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା ସକାଳ ୧୦ ଟାରୁ ୧୦ଟା୩୦ ପର୍ଯ୍ୟନ୍ତ ଓ ୭ମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶା ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଦିନ ୧୧ଟା ରୁ ୧୧ଟା ୩୦ ପର୍ଯ୍ୟନ୍ତ ତଥା ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ବକ୍ତୃତା ପ୍ରତିଯୋଗିତା ( ବିଷୟ: ସତ୍ୟବାଦୀ ବନ ବିଦ୍ୟାଳୟ ବନାମ ଓଡିଆ ବିଶ୍ବବିଦ୍ୟାଳୟ) ଅନୁଷ୍ଠିତ ହେବ । ଏଣୁ ସହରରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ,ଅଧ୍ୟକ୍ଷା ମାନଙ୍କୁ ନିବେଦନ କରାଯାଉଛି କି ନିଜ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବହୁ ସଂଖ୍ୟାରେ ଉପର ଲିଖିତ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରିବେ । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଅକ୍ଟୋବର ୯ତାରିଖ ସୋମବାର ଦିନ ସନ୍ଧ୍ୟା ୭ଘଟିକା ସମୟରେ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

masiha

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!