ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

ରାୟଗଡ:-ତା.୧୭/୦୯-ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଜୟ ହୋଇଥିବା ରୟାଗଡ଼ ଜିଲ୍ଲାର ବାକିକା ଦଳକୁ ଆଜି ସ୍ଥାନୀୟ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲ l ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାୟଗଡ ବାଳିକା ବର୍ଗରେ ରାୟଗଡା ଦଳ ବିଜୟ ଲାଭକରିଥିଲା l କୋଳାନାରା ବ୍ଲକ ଅନ୍ତର୍ଗତ କୈଳାଶପୁର ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ରିଙ୍କୁ କାଦ୍ରାକl,ସୁଭାଷିନୀ କୁମ୍ବ୍ରିକା,ରଂଜିତା ହେପୃକା, ଅନୁସୂୟା କୀଲାକା,ଉନ୍ନୀତ ଉଚବିଦ୍ୟାଳୟ ପୂଝରୀଗୁଡ଼ାର ତ୍ରିଶା ପେରସିକା,କରିସ୍ମା ହାରିକା,ସୋନାଲୁ କଲକା ଓ ଜଗଦମ୍ବା ଉଚବିଦ୍ୟାଳୟର ଜସ୍ମିତା କୀଲାକା,ସାବିତ୍ରୀ କlଦ୍ରlକl, ମନୀଷା ୱାଡକା,ରାଜେଶ୍ୱରୀ କଣ୍ଡlଗୋରି ଓ ଉନ୍ନୀତ ଉଚବିଦ୍ୟାଳୟ ମୁନ୍ସୀଙ୍ଗର ଶିବନ୍ତି ଗଣ୍ଟା ଆଦି ଜିଲ୍ଲାତରଫରୁ ଭlଗନେଇ ଉତ୍କୃଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ l ବାଳିକା ମାନଙ୍କ କୋଚ ପାୟଲ ମାଝୀ, ବାଳକ ମାନଙ୍କ କୋଚ ଜୟକୃଷ୍ଣ ପାତ୍ର, ସନ୍ତୋଷ ନାୟକଙ୍କୁ ତତ୍ୱାବଧାନରେ ଜିଲାରୁ ଅଂଶଗ୍ରଣ କରିଥିଲେ l ଆଜି ସ୍ଥାନୀୟ ରେଳ ଷ୍ଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ କୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା ଶଶିଭୂଷଣ ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ହରିହର ପାତ୍ର, ଗୋବିନ୍ଦ ଚନ୍ଦ୍ର ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁନୀଲ ଚଦ୍ର ମହାନ୍ତ,ଜଗଡ଼ମ୍ବା ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କଡମ୍ବାଳୁ ପ୍ରମୁଖ ସ୍ୱାଗତ କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ରାତ୍ରି କାଳୀନ ବସ ମାଲିକଙ୍କ ମନମାନି; ପରମିଟ ଅନୁସାରେ ମୂଳ ସ୍ଥାନରୁ ଗଡୁନି ଘରୋଇ ରଘୁନାଥ ବସ୍ ; ସୁଲାଇପାଟ ଅଂଚଳଵାସୀ ଅସନ୍ତୁଷ୍ଟ

Sunil Chandra Nayak

ଝରିଗାଁ ବ୍ଲକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

masiha

Leave a Comment

error: Content is protected !!