ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଓ ଅଟୋ ମୁହଁ।ମୁହିଁ ଧକ୍କା 3 ମୃତ୍ୟୁ ୬ ଗୁରୁତର

ଟ୍ରକ ଓ ଅଟୋ ମୁହଁ।ମୁହିଁ ଧକ୍କା 3 ମୃତ୍ୟୁ ୬ ଗୁରୁତର 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜୁନାଗଡ଼ କଲମପୁର ମୁଖ୍ୟ ରାସ୍ତାର ଦାସୀ ଗାଁ ନିକଟସ୍ଥ ଚିକିଲି ଛକ ଠାରେ ଆଜି ସକାଳ ୯ ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ପ୍ରକାଶ ଥାଉକି ଆଜି ଏକ ଟ୍ରକ ଦାସୀ ଗାଁ ଭେଜିପଡା ରୁ ବାହାରି କଲମପୁର ଯାଉଥିଲା ।ଠିକ ସେହି ସମୟରେ ଥୁଅ।ମୂଳର।ମପୁର ବ୍ଲକ୍ରର କାଟଗୁର। ଗ୍ରାମର ଗୋଟିଏ ପରିବାରର ଲୋକେ ଅଟୋ ଯୋଗେ ନିଜ ସମ୍ପର୍କୀୟଙ୍କ ଦସ।ଘର କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଧର୍ମଗଡ଼ ବ୍ଲକ ଛିଲିପା ଗ୍ରାମକୁ ଆସୁଥିଲେ । କଲମପୁର ରୁ ଆସୁଥିବା ବେଳେ ଦାସୀ ଗାଁ ନିକଟସ୍ଥ ଚିକିଲି ଛକରେ ଟ୍ରକ ଏବଂ ଅଟୋ ମଧ୍ୟରେ ମୁହଁ।ମୁହିଁ ଧକ୍କା ହୋଇଥିଲା ।ଯାହା ଫଳରେ ଅଟୋ ଡ୍ରାଇଭର ସହ ୮ ଜଣ ଲୋକ ଗୁରୁତର ଆହତ ହୋଇଥିଲେ ।ଆହତ ବ୍ୟକ୍ତି ମାନଙ୍କୁ ନିକଟସ୍ଥ ଗ୍ରାମର ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଆହତ ମାନଙ୍କ ମଧ୍ୟରେ ଗୋଟିଏ ପରିବାରର ମିଥୁନ ନ।ଏକ ୧୮ , ପ ଦୁସର ନ।ଏକ ୫୦,ସୁଷମା ନ।ଏକ ୪୦,କୃଷ୍ଣଚନ୍ଦ୍ର ନ।ଏକ ୩୦,ସୁବର୍ଣ୍ଣ ନ।ଏକ ୪୦,କୁନ୍ତଳା ନ।ଏକ ୪୦ ,ସଂଜୀବ ନ।ଏକ ୫ , ଚନ୍ଦ୍ରମା ନ।ଏକ ୪୫ ,ଅମୃତସର ନ।ଏକ ୪୫ ପ୍ରମୁଖ ଅଟନ୍ତି ।ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀ ପାଟଣା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଭବାନୀ ପାଟଣା ମୁଖ୍ୟ ଡାକ୍ତର ଖାନାରେ ପ ଦୁସର ନ।ଏକ ୫୦ ,କୃଷ୍ଣଚନ୍ଦ୍ର ନ।ଏକ ୩୦ ଏବଂ ଅମୃତସର ନ।ଏକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଦୁର୍ଘଟଣା ହେବା ପରେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ପହଞ୍ଚି ଆହତ ମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ଏବଂ ଦୁର୍ଘଟଣା ଘଟିଥିବା ଟ୍ରକ କୁ ଚିଲିଗୁଡା ଫାଣ୍ଡିରେ ଅଟକ ରଖିଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଜୁନାଗଡ଼ ଏ ସ ଆଇ ଅଶୋକ ପ୍ରଧାନ ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଛନ୍ତି ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

masiha

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ

masiha

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!