ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ , ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ ,

ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବକୁ ନିଆଁରା ଢଙ୍ଗରେ ପାଳନ କରିଛନ୍ତି ଗ୍ରାମବାସୀ. ମହାତ୍ମା ଫୁଲେ ଆମ୍ବେଦକର ସମାଜ ସଚେତନ ସଂଗଠନ ର ଉଦ୍ୟମ କ୍ରମେ ଆମ୍ବେଦକରପଡା ର ସମସ୍ତ ପରିବାର କୁରେପତ୍ରରେ ନବାନ୍ନ ଖାଇଥିଲେ.ନିଜର ପୂର୍ବପୁରୁଷ କୁ ମନେ ପକେଇ ସେମାନଙ୍କ ଫୋଟୋଚିତ୍ର ସହ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ତଥାଗତ ଗୌତମ ବୁଦ୍ଧଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ଓ ପଞ୍ଚଶୀଳ ତ୍ରିଶରମ ଗାନ କରି ଏହି ଗ୍ରାମବାସୀ ଏକାଠି ନୁଆଁଖାଇ ଥିଲେ.ଗ୍ରାମର ବୈଜେଷ୍ଠ ଙ୍କୁ ନୂଆଖାଇ ଜୁହାର ସହିତ ଭାଇ ଭାଇ ମଧ୍ୟରେ ଅତୀତ ରେ ଥିବା ରାଗ ରୁଷା କୁ ଭୁଲି ଯାଇ ଏକ ସୂତ୍ର ରେ ବାନ୍ଧି ହୋଇ ସଭ୍ୟ ସମାଜ ଗଠନ କରିବା ନିମନ୍ତେ ଶପଥ ନିଆଯାଇଥିଲା.କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ବୈବ ସୁନାନୀ ,ଯୋଶୋବନ୍ତ ବିହାରୀ, ମଦନ ସୁନାନୀ, ଦୀପକ ତାଣ୍ଡି, ମନୋଜ ସୁନାନୀ, ବୀରେନ୍ଦ୍ର ସୁନାନୀ, ଅନ୍ତର୍ଯ୍ୟାମୀ ସୁନାନୀ, ଧନିରାମ ଖାର, ବୁଦ୍ଧିମନ୍ତ ବିହାରୀ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ.।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ

Sunil Chandra Nayak

କୋଇଲିମୁଣ୍ଡା ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

masiha

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

Sunil Chandra Nayak

Leave a Comment

error: Content is protected !!