ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା କୃଷି କାର୍ଯ୍ୟାଳୟରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ

କୋକସରା,୨୪ା୩- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଗୁରୁବାର କୃଷି ଭିତ୍ତିକ ପ୍ରସାର କାର୍ଯ୍ୟକ୍ରମ ରଥ ଗଡ଼ିଛି । କୃଷି ଜିଲ୍ଲା ଅଧିକାରୀ, ଧର୍ମଗଡ ଦ୍ୱାରା ଆୟୋଜିତ ଏହି କୃଷି ଭିତ୍ତିକ ପ୍ରସାର ରଥ ଟି ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ପଞ୍ଚାୟତ ପରିକ୍ରମା କରିବ । ଏଥିରେ ପାଳ ଦଳ ଅଭିନୟ ମାଧ୍ୟମରେ ସରକାରଙ୍କ ସମସ୍ତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସୂଚନା ରହିଛି । ସହକାରୀ କୃଷି ଅଧିକାରୀ ଲିଙ୍ଗରାଜ ମେହେର ପତାକା ଦେଖାଇ ପ୍ରସାର ରଥ କୁ ଶୁଭାରମ୍ଭ କରିଥିଲେ । ଏଥିରେ କୃଷି ଅଧିଦର୍ଶକ ଶ୍ରୀନିବାସ ପ୍ରଧାନୀ, ଗ୍ରାମ୍ୟ କୃଷି କର୍ମଚାରୀ ଅବିନାଶ ଠାକୁର, ଟିକଚନ ଦଳପତି, ଅନୁସୟା ସିଂ, ସରସ୍ୱତି ମେହେର, ଅଜିତ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ମ ନି ସ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ବାଲେଶ୍ଵର – ଶିବ ସେନା ର ଷ୍ଟେଟ ମିଡିଆ ସେଲ ଭାଇସ୍ ପ୍ରେସିଡେଣ୍ଟ୍ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

Leave a Comment

error: Content is protected !!