ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ

କାମାକ୍ଷାନଗର (ମନିସ )21/9/23 //ଭାରତୀୟ ଜନତା ପାର୍ଟି , ଓଡ଼ିଶା ପକ୍ଷରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଦେଖିବାକୁ ମିଳୁଛି । ସେହିପରି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏହି ଆନ୍ଦୋଳନ ହେଉଛି । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ ଶତୃଘ୍ନ ଜେନା ମହୋଦୟଙ୍କ ନେତୃତ୍ୱରେ ହେଉଛି ଏହି ଆନ୍ଦୋଳନ । ଆଜି ସ୍ଥାନୀୟ ବାଲିବୋ ଓ ଏକତାଳୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦଳର ନେତା ଓ କର୍ମୀଙ୍କୁ ନେଇ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦୋଳନରେ ଶ୍ରୀ ଜେନା ମଧ୍ୟ ସାମିଲ ହୋଇ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଆମୂଳଚୁଳ ସମସ୍ତେ ସମ୍ପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି । ବିଜେଡ଼ି ଦଳର ଲୋକପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି । ଏଭଳି ଅନେକ ସମାଲୋଚନା କରିବା ସହିତ ବିଜେଡ଼ି ସରକାର ଗାଦି ଛାଡ଼ ବୋଲି ଆହ୍ବାନ ଦେଇଥିଲେ । ଆନ୍ଦୋଳନରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ଜଗବନ୍ଧୁ ପୃଷ୍ଟି , ମହୁଲପାଳ (ବି) ମଣ୍ଡଳ ସଭାପତି ଶ୍ରୀ ଚୈତନ୍ୟ ବେହେରା , ବାରୁଆଁ (ବି) ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ ଦାଶ , ସୌମ୍ୟକାନ୍ତ ନାୟକ, କୁନା ମିଶ୍ର ଓ ବାବୁରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ଦଳର ସ୍ଥାନୀୟ ଅନେକ କର୍ମୀ ଏହି ଗାଦି ଛାଡ଼ ଆନ୍ଦୋଳନରେ ସାମିଲ୍ ହୋଇ ଆନ୍ଦୋଳନକୁ ସଫଳ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ମହିଳା କଂଗ୍ରେସ

Sunil Chandra Nayak

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ପ୍ରକୃତ ହିତାଧିକାରୀ ନାମ ବାଦ ପଡ଼ିଥିବାରୁ କେସିଙ୍ଗା ଭାରତୀୟ ଜନତା ପାର୍ଟି ବ୍ଲକ୍ ସମ୍ମୁଖରେ ଧାରଣା 

Sunil Chandra Nayak

Leave a Comment

error: Content is protected !!