ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

ଆଜି କୋରାପୁଟ ଜିଲ୍ଲା କ୍ରୀଡା ଛାତ୍ରାବାସଠାରେ ଏକ ଅଗ୍ନିନିର୍ବାହୀ ମୋକଡ୍ରିଲ କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଛାତ୍ରମାନଙ୍କୁ ଉଦ୍ଧାର ଏବଂ ସ୍ନାନାନ୍ତରଣ କରିବା ଉପରେ ଗୁରୁତ୍ବାରୋପ କରିବା ସହିତ ଏଭଳି ମୋକଡ୍ରିଲ ବିପର୍ଯ୍ୟୟର ମୁକାବିଲା ଲାଗି ଆମକୁ ଆଗୁଆ ପ୍ରସ୍ତୁତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କ୍ରୀଡା ଛାତ୍ରାବାସ ଠାରେ ଅନୁଷ୍ଠିତ ମୋକଡ୍ରିଲରେ ଅଗ୍ନିଶ୍ରମ, ଓଡ୍ରାଫ ବାହିନୀ, ସିଭିଲ ଡିଫେନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ, ମାନଙ୍କ ସମେତ କ୍ରୀଡା ଛାତ୍ରାବାସର କର୍ମକର୍ତା ବୃନ୍ଦ ଓ ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ । ଓଡ୍ରାଫ ହାବିଲ୍ଲାର ଶ୍ରୀ ରାଜେଶ ପଟ୍ଟନାୟକ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ନୂତନ ଶଗରିଆ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପରିଶେଷରେ ଜିଲ୍ଲା ଡିଆରଆର ଅଧିକାରୀ ଶ୍ରୀ ଅବନୀ କାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପହଲଗାମ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି 

masiha

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ବର୍ଷା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

Sunil Chandra Nayak

ଧର୍ମଗଡ ଠାରେ ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ର ବୈଠକ ଓ ସମିତି ଗଠନ

Leave a Comment

error: Content is protected !!